ଘଟଣା ଓ ଦୁର୍ଘଟଣା

ଜଳିଗଲା ନବିସନ୍ଦା କାର୍ଯ୍ୟାଳୟ

By Sanjeeb Biswal

September 11, 2021

ଅନୁଗୁଳ: ଛେଣ୍ତିପଦା ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ନବିସନ୍ଦାଙ୍କ କାର୍ଯ୍ୟାଳୟ ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡି ଯାଇଛି। ବିଳମ୍ୱିତ ରାତି ପ୍ରାୟ ୩ଟା ସମୟରେ ଛେଣ୍ତିପଦା ତହସିଲ କାର୍ଯ୍ୟାଳୟ ପାଖରେ ଥିବା ନବସନ୍ଦା କାର୍ଯ୍ୟାଳୟରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକ ନିଆଁ ଦେଖି ଛେଣ୍ଡିପଦା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ କରିଥିଲେ। କିନ୍ତୁ ସେତେବେଳକୁ ଘର ପୋଡି ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ଡର ଘଟଣା ଜଣାପଡି ନଥିବା ବେଳେ ଏଥିରେ କୌଣସି ଧନଜୀବନ ହାନି ହୋଇନଥିବା ଜଣାପଡିଛି ।