ଘଟଣା ଓ ଦୁର୍ଘଟଣା

ଶୈଳ ଶ୍ରୀକ୍ଷେତ୍ର ପରିସରରୁ ନାଗ ଉଦ୍ଧାର

By Biswaranjan Pattnaik

March 03, 2023

ଅନୁଗୁଳ: ଶୁକ୍ରବାର ପୂର୍ବାହ୍ନରେ ଶୈଳ ଶ୍ରୀକ୍ଷେତ୍ର ପରିସରରେ ଥିବା ବିମଳା ମନ୍ଦିର ନିକଟରେ ପାଞ୍ଚ ଫୁଟିଆ ଏକ ନାଗ ସାପ ବୁଲୁଥିବା ମନ୍ଦିରର ମୁଖ୍ୟ ପୂଜକ ମନୋଜ କର ଦେଖିଥିଲେ। ଏହାପରେ ସର୍ପମିତ୍ର ଆଦିତ୍ୟ ବେହେରା ଓ ପିଣ୍ଟୁ ବେହେରାଙ୍କୁ ଖବର ଦିଆଯାଇଥିଲା। ସେମାନେ ଆସି ନାଗଟିକୁ ଉଦ୍ଧାର କରି ପାଖ ଜଙ୍ଗଲରେ ଛାଡି ଦେଇଥିଲେ।