ଘଟଣା ଓ ଦୁର୍ଘଟଣା

ଠିକା ଶ୍ରମିକଙ୍କ ମୃତ୍ୟୁ: ପୁଅକୁ ନିଯୁକ୍ତି ଓ କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଆନ୍ଦୋଳନ

By Angul TV Bureau

March 30, 2025

ଅନୁଗୁଳ: ନାଲକୋରେ କାମ କରିବା ପରେ ଅସୁସ୍ଥ ହୋଇଥିବା କର୍ମଚାରୀଙ୍କ ହସ୍ପିଟାଲରେ ମୃତ୍ୟୁ। ମୃତକ ହେଲେ ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ହଟିଙ୍ଗର ନଦିଆଁ ବେସ୍ରା (୫୮)। ଆଜି କ୍ଷତିପୂରଣ ଦାବିରେ ପରିବାର ଲୋକ ନାଲକୋ ସ୍ମେଲଟର ଫାଟକ  ସମ୍ମୁଖରେ ଆନ୍ଦୋଳନ କରିଛନ୍ତି।

ସୂଚନା ଅନୁସାରେ, ସ୍ମେଲ୍ଟର ପ୍ଲାଣ୍ଟ କାର୍ବନ ଏରିଆ ବେକଭନ ୧ ରେ ନଦିଆଁ ବେସ୍ରା ଠିକା ଶ୍ରମିକ ଭାବେ କାମ କରନ୍ତି। ସେ ଅଲେଖ ମହିମା କନଷ୍ଟ୍ରସନ ନାମକ ଠିକା ସଂସ୍ଥାରେ କାମ କରୁଥିଲେ। ନଦିଆଁଙ୍କ ମୃତ୍ୟୁ ପରେ ମୃତକଙ୍କ ପରିବାର, ବସ୍ତି ବାସିନ୍ଦା ଏବଂ ବିଭିନ୍ନ ଠିକା ସଂଗଠନ ତରଫରୁ ବାପାଙ୍କ ସ୍ଥାନରେ ପୁଅକୁ ନିଯୁକ୍ତି ଦେବା ପାଇଁ ଦାବି କରି ଅଡ଼ି ବସିଥିଲେ। ନାଲକୋ ପ୍ରଶାସନ, ବିଭିନ୍ନ ସଂଗଠନ ଓ ବସ୍ତି ବାସିନ୍ଦାଙ୍କ ଉପସ୍ଥିତିରେ ପୁଅକୁ ସଂସ୍ଥା ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ହଟିଥିଲେ।