ମୁଖ୍ୟ ଖବର

ନାଲକୋ ନଗରରେ ପୂଜା ପାଉଛନ୍ତି ଦେବଶିଳ୍ପୀ, ୧୯ଟି ମଣ୍ଡପରେ ବିଶ୍ୱକର୍ମାଙ୍କ ଆରାଧନା କରୁଛନ୍ତି ଶ୍ରଦ୍ଧାଳୁ

By Angul TV Bureau

September 17, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର କଲୋନୀରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଆରମ୍ଭ ହୋଇଛି। ନାଲକୋ ନଗରରେ ୧୯ଟି ପୂଜା ମଣ୍ଡପରେ ପ୍ରଭୁ ବିଶ୍ଵକର୍ମାଙ୍କ ତୋରଣରେ ପୂଜା ପାଉଛନ୍ତି। ୧୯ଟି ପୂଜା ମଣ୍ଡପରୁ ଭକ୍ତବୃନ୍ଦ ଜଗନ୍ନାଥ ମନ୍ଦିର ପୁଷ୍କରିଣୀରୁ କଳସ ଯାତ୍ରା ଆରମ୍ଭ କରି ଘଣ୍ଟ, ଢୋଲ ସହ ନଗର ପରିକ୍ରମା କରି ମଣ୍ଡପରେ ବିରାଜମାନ କରାଇଥିଲେ। ସନ୍ଧ୍ୟାରେ ପ୍ରାୟ ଲକ୍ଷାଧିକ ଭକ୍ତ, ଶ୍ରଦ୍ଧାଳୁଙ୍କ ଜନ ସମାଗମ ଦେଖିବାକୁ ମିଳିଥିଲା। ସୁରକ୍ଷା ବ୍ୟବସ୍ଥାରେ ସିଆଇଏସଏଫ ଓ ପୋଲିସ ବାହିନୀ ପକ୍ଷରୁ ବନ୍ଦୋବସ୍ତ ହୋଇଛି।

ଏଥିସହ ଜିନିଷପତ୍ର ବିକ୍ରିବଟା କ୍ଷେତ୍ରରେ ପଲ୍ଲିଶ୍ରୀ ମେଳାର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମୀନା ବଜାରରେ ଗହଳି ଦେଖିବାକୁ ମିଳିଅଛି। ବର୍ଷ ବର୍ଷ ଧରି ନାଲକୋ ନଗରରେ ବିଶ୍ୱକର୍ମା ପୂଜା ଉତ୍ସବ ପାଳନକୁ ଅଞ୍ଚଳବାସୀ ଆନନ୍ଦ ଓ ଉତ୍ସାହରେ ଭାଇ ଚାରା ସମ୍ପର୍କର ନିଦର୍ଶନରେ ପାଳନ କରି ଆସୁଛନ୍ତି। ଶୃଙ୍ଖଳିତ ଭାବେ ଉତ୍ସବ ପାଳନଙ୍କୁ ନାଲକୋ ପ୍ରଶାସନ, ଇଷ୍ଟେଟ ବିଭାଗ, ୱେଲଫେୟାର କମିଟି, ମାସକ ପୂର୍ବରୁ ପ୍ରସ୍ତୁତି କରିଛନ୍ତି। ଶୃଙ୍ଖଳା ରକ୍ଷା ପାଇଁ ସହର ସାରା ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। ଗହଳି ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ ପ୍ରଭୃତି ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ସମଗ୍ର ଅଞ୍ଚଳକୁ ୫ଟି ସେକ୍ଟରରେ ବିଭକ୍ତ କରାଯାଇଛି। ଏଥି ଲାଗି ୪ଟି ଅସ୍ଥାୟୀ କଂଟ୍ରୋଲରୁମ କରାଯାଇଛି। ଏଥିସହ ସାଦା ପୋଷାକଧାରୀ ପୋଲିସ ନିୟୋଜିତ ହୋଇଛନ୍ତି। ଭିଡ଼ ଭିତରକୁ ବାଇକ ବାରଣ କରାଯାଇଥିବା ସୂଚନା ମିଳିଛି।