ଅନ୍ୟାନ୍ୟ

ଦରମା ବୃଦ୍ଧି ସହ ଭତ୍ତା ଲାଗୁ କରିବା ଦାବିରେ ନାଲକୋ ଠିକା ଶ୍ରମିକ ସଂଘ ସମୂହର ବୈଠକ

By Angul TV Bureau

September 10, 2022

ଅନୁଗୁଳ: ନାଲକୋରେ କାର୍ଯ୍ୟରତ ଠିକା ଶ୍ରମିକଙ୍କୁ ନେଇ ଗଠିତ ପାଞ୍ଚଟି ଠିକା ମଜଦୁର ସଂଘ ମିଳିତ ଭାବରେ ଏକ ବୈଠକ କରିଛନ୍ତି। ତାଙ୍କ ଦାବିଗୁଡ଼ିକ ହେଉଛି ଅତିରିକ୍ତ ମଜୁରୀ ଓ କ୍ୟାଣ୍ଟିନ ସବସିଡି ବୃଦ୍ଧି, ଅବସର କାଳୀନ ପ୍ରୋତ୍ସାହନ ରାଶି ବୃଦ୍ଧି, ପଦୋନ୍ନତିର ବ୍ୟବସ୍ଥା, କାରଖାନାରେ ବିଭିନ୍ନ ଭତ୍ତା ଆଇନ ଅନୁଯାୟୀ ଲାଗୁ କରିବା ଏବଂ ଅବସର ଓ ଶାରୀରିକ ଅକ୍ଷମ କାରଣ ଯୋଗୁ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ଦେବା।

ଆଜିର ବୈଠକରେ, ଏନଏସଏସର ସଭାପତି ବାବୁଲି ସେଠୀ, ସମ୍ପାଦକ ଟିକନ ଚନ୍ଦ୍ର ଦାସ, ଏନଏନଏମଏସର ସଭାପତି ଭୀମସେନ ସାହୁ, ସମ୍ପାଦକ ପ୍ରସନ୍ନ କୁମାର ମହାନ୍ତି, ଏନଏସସିର ସଭାପତି ବିଭବ ଜେନା, ଏନକେଏସର ସଭାପତି ବିପ୍ଳବ ଜେନା, ସମ୍ପାଦକ ଶ୍ରୀକାନ୍ତ ପ୍ରଧାନ, ଏଟିଏମ୍ଏସର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।