ଅନ୍ୟାନ୍ୟ

ନାଲକୋ ପକ୍ଷରୁ ପାର୍ଶ୍ବବର୍ତ୍ତି ଗାଁ ଲୋକଙ୍କୁ ଚାରା ବଣ୍ଟନ

By Biswaranjan Pattnaik

July 21, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ପକ୍ଷରୁ ପାର୍ଶ୍ବବର୍ତ୍ତି ଗାଁ ଲୋକମାନଙ୍କୁ ଚାରାବଣ୍ଟନ କରାଯାଇଛି। ପ୍ରାୟ ୨୦ ହଜର ବିଭିନ୍ନ ପ୍ରକାରର ଫଳ ଓ ଅନ୍ୟାନ୍ୟ ଚାରା ବଣ୍ଟନ କରାଯାଇଛି। ସେହିପରି ନାଲକୋ ପ୍ଲାଣ୍ଟ ପ୍ରସାଶନିକ କାର୍ଯ୍ୟ।ଳୟ, ଡିପିଏସ୍ ନାଲକୋ, ସରସ୍ବତୀ ବିଦ୍ୟାମନ୍ଦିର ସମେତ ବିଭିନ ସ୍ଥାନରେ ପ୍ରାୟ ୫ଶହରୁ ଊର୍ଦ୍ଧ୍ବ ବୃକ୍ଷ ରୋପଣ କରାଯାଇଛି।ମଙ୍ଗଳବାର ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ନାଲକୋର ନିର୍ବାହୀ ନିର୍ଦ୍ଦେଶକ ଅମ୍ବିକାପ୍ରସାଦ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ମେଲଟର ମହାପ୍ରବନ୍ଧକ ଏନ.କେ ମଣ୍ଡଲ, ମାନବସମ୍ବଳ ମହାପ୍ରଵନ୍ଧକ ଏସ.ଏନ ସାହୁ, ମାନବସମ୍ବଳ ଉପମହାପ୍ରବନ୍ଧକ ଶୁଭେନ୍ଦୁ ନାୟକ, ପ୍ରସାଶନିକ ବିଭାଗୀୟ ଡିଜିଏମ୍ ରାଜରାମ ମିଶ୍ର, ଉଦ୍ୟାନ ବିଭାଗ ବରିଷ୍ଠ ଅଧିକାରୀ ୟୁ.କେ ମହାରଣା, ମ୍ୟାନଜର ପି.କେ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।