ମୁଖ୍ୟ ଖବର

ଗୋପିବଲଭପୂର ବିସ୍ଥାପିତ ଓ କ୍ଷତିଗ୍ରସ୍ତଙ୍କ ଧାରଣା

By Biswaranjan Pattnaik

September 21, 2022

ଅନୁଗୁଳ: ନାଲକୋ ଦ୍ଵାରା କ୍ଷତିଗ୍ରସ୍ତ ଓ ବିସ୍ଥାପିତ ଗୋପିବଲଭପୂର ଓରଫ ନାଣ୍ଡିଛୋଡ ଗାଁର ପ୍ରଜାମାନେ ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିନି ଦଫା ଦାବି ନେଇ ଧାରଣାରେ ବସିଛନ୍ତି।

ନାଲକୋ କମ୍ପାନୀ ଉତ୍କଳ ଡି ଓ ଇ କୋଲ ବ୍ଲକ ରେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କାଟଗୋରି ୧ ଅନୁସାରେ ଆର ଆଣ୍ଡ ଆର କଲୋନୀର ଥଇଥାନ କରାଯାଉ। ନାଲକୋ ଦ୍ଵାରା ବିସ୍ଥାପିତ ଓ କ୍ଷତି ଗ୍ରସ୍ତ ପ୍ରତ୍ୟେକ ସାବାଳକ ପରିବାରକୁ ସ୍ଥାୟୀ ନିଯୁକ୍ତି ଦିଆଯାଉ। ନାଲକୋ ଦ୍ଵାରା ଅଧିଗ୍ରହଣ କରାଯିବାକୁ ଥିବା ଜମିକୁ ଭାରତ ସରକାରଙ୍କ ନୂତନ ଖଣି ନିୟମ ଅନୁସାରେ କ୍ଷତି ପୂରଣ ରାଶି ପ୍ରଦାନ କରାଯାଉ।ଏହି ତିନିଗୋଟି ଦାବିକୁ ନେଇ ସଭାପତି କୈଳାଶ ଗଡ଼ନାୟକ ଓ ସମ୍ପାଦକ ବାସୁଦେବ ଗଡ଼ନାୟକ ନେତୃତ୍ୱରେ ଗ୍ରାମବାସୀ ମାନେ ଧାରଣାରେ ବସିଛନ୍ତି।