ମୁଖ୍ୟ ଖବର

୨୨ ଦିନରେ ପହଞ୍ଚିଲା ନାଲକୋ କ୍ଷତିଗ୍ରସ୍ତ ପ୍ରଜା ଆନ୍ଦୋଳନ, ଏବେ ଯାଏଁ ଆଲୋଚନା କରୁନି ପ୍ରଶାସନ

By Angul TV Bureau

February 05, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ସ୍ପୋନ୍ସୋରଡ ଏଲ.ଏ.ପି ଆଇ.ଟି.ଆଇ (୧୯୮) ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅହୋରାତ୍ର ଧାରଣା ୨୨ ଦିନରେ ପହଞ୍ଚିଛି। କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ ଯାଏଁ ଆଲୋଚନା ପାଇଁ ଡକାଯାଇ ନଥିବା ଜଣାଯାଇଛି।

ଆନ୍ଦୋଳନକାରୀଙ୍କ କହିବାନୁଯାୟୀ, ନାଲକୋରେ ସ୍ଥାୟୀ ନିଯୁକ୍ତି ପାଇଁ ଅନେକ ଦିନରୁ ସେମାନେ ଦାବି କରି ଆସୁଛନ୍ତି। ଏପରିକି ୨୦୨୩ ମସିହା ସେପ୍ଟେମ୍ବର ମାସରେ ଢେଙ୍କାନାଳ ସାଂସଦ ମଧ୍ୟ ସାଧାରଣ ନିଯୁକ୍ତି ପ୍ରକ୍ରିୟାରେ ସଂଘର ସଦସ୍ୟଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ନାଲକୋରେ ଲିଖିତ ହୋଇ ରହିଛି। ଏଣୁ ସାଧାରଣ ନିଯୁକ୍ତି ପ୍ରକ୍ରିୟାରେ ନାଲକୋରେ ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା କରିବା ସହିତ ଅନ୍ୟାନ୍ୟ ଅଗ୍ରାଧିକାର ଦେଇ ସଂଘର ସଦସ୍ୟଙ୍କ ପରିବାର ବର୍ଗଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ସଭାପତି ଦିବ୍ୟ ରଂଜନ ଦାସ, ସମ୍ପାଦକ ଶଶାଙ୍କ ଶେଖର ସାମଲ, ପ୍ରତାପ ପ୍ରଧାନ, ଅଶୋକ ସାମଲ, ପାଣ୍ଡବ ସାହୁ, ପ୍ରଫୁଲ୍ଲ ପ୍ରଧାନ, ଶ୍ରୀକାନ୍ତ ସାହୁ, ପ୍ରଫୁଲ୍ଲ ବେହେରା, ଅମନ ବିଶ୍ୱାଳ, ଯୋଗେଶ ସାମଲ, ଅଜୟ ସାହୁ, ଜିତେନ୍ଦ୍ର ବେହେରା, ରାଜ କିଶୋର ସାହୁ, ଫିରୋଜ ଭୁକ୍ତା, ସୁଶାନ୍ତ ବିଶ୍ୱାଳ, ସରୋଜ ସାହୁ, ଜିତେନ୍ଦ୍ର ଗଡ଼ନାୟକ, ଦୀପକ କୁମାର ସାହୁ, ସିନ୍ଧୁ ସାଗର ଦଣ୍ଡିଆ, ସୌଭାଗ୍ୟ ପଟ୍ଟନାୟକ, ଆରତୀ ନାଏକ, ମିନାକ୍ଷୀ ବେହେରା, ସୁମନ୍ତ ସାହୁ, ରଞ୍ଜିତ ପ୍ରଧାନ, ପ୍ରଦୀପ ପ୍ରଧାନ, ସନ୍ତୋଷ ବେହେରା, କାଳନ୍ଦୀ ସାହୁ, ସଲୀଳ ପ୍ରଧାନ, ମିଳନ ପ୍ରଧାନ, ନିରଂଜନ ସାହୁ, ଶ୍ରୀନିବାସ ପ୍ରଧାନ, ରଂଜନ ପ୍ରଧାନ, ପ୍ରଶାନ୍ତ ସାମଲ, ସୂର୍ଯ୍ୟକାନ୍ତ ପୃଷ୍ଟି, ଅମୂଲ୍ୟ ସାହୁ, ସୁଶାନ୍ତ କୁମାର ନାୟକଙ୍କ ସହ ବହୁ କ୍ଷତିଗ୍ରସ୍ତ ପ୍ରଜା ଉପସ୍ଥିତ ଥିଲେ।