ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ସହ ନାଲକୋର ବୈଠକ: ୯୦ ପ୍ରତିଶତ ଆଲୁମିନିୟମ ପରିବହନ ପାଇଁ ଦାବି

By Angul TV Bureau

June 15, 2025

ଅନୁଗୁଳ: ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଖଣି ମନ୍ତ୍ରୀ ଜି.କିଶନ ରେଡ୍ଡୀଙ୍କ ନିର୍ଦ୍ଦେଶକ୍ରମେ ଓ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ଓ ନାଲକୋ ସିଏମଡିଙ୍କ ନିମନ୍ତ୍ରଣରେ ଏକ ବୈଠକ ଅନୁଷ୍ଠିତ ହୋଇଛି।

ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ସଭାପତି ଅମରେଶ ଚନ୍ଦ୍ର ସ୍ୱାଇଁ, ସାଧାରଣ ସମ୍ପାଦକ ରଜତ କୁମାର ମହାପାତ୍ର, କୋଷାଧ୍ୟକ୍ଷ ଗୌତମ ଦେବ ସାହୁ, କୁଲାଡ଼ ଟ୍ରକ ମାଲିକ ସଂଘର ସଭାପତି ମନୋରଞ୍ଜନ ଜେନା ଓ କୋଷାଧ୍ୟକ୍ଷ ମୁକେଶ ଜେନାଙ୍କୁ ନେଇ ଏକ ପ୍ରତିନିଧି ଦଳ ନାଲକୋ ଅଫିସରେ ବୈଠକ କରିଥିଲେ।

ଏଥିରେ ଉଭୟ ସଂଘର ପ୍ରତିନିଧି ସଂଘ ମାଧ୍ୟ୍ୟମରେ ନାଲକୋରୁ ୯୦ ପ୍ରତିଶତ ଆଲୁମିନିୟମ ପରିବହନ ପାଇଁ ଦାବି ରଖିଥିଲେ। ଏଥିସହ ଗତ ୩ମାସର ନାଲକୋରୁ ଆଲୁମିନିୟମ ପରିବହନ ଓ ଉଚିତ ସମୟରେ ନିର୍ଦ୍ଧାରିତ ସ୍ଥାନରେ ଖାଲି କରିଥିବାର ରେକର୍ଡ ଦେଖାଇଲେ। ତେବେ ଆଗକୁ ଠିକ ଭାବରେ ମାଲ ଡେଲିଭରି ସମୟ କମାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକ ପାଇଁ ଉଭୟ ସଂଘର କର୍ମକର୍ତ୍ତା ଓ ସଭ୍ୟ ସମସ୍ତ ଆୟୋଜକଙ୍କୁ ଧନ୍ୟବାଦ ଜଣାଇଥିଲେ।