ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍କୋ ପକ୍ଷରୁ ଦୀର୍ଘ ୧୫ ଦିନ ବ୍ୟାପୀ ସ୍ଵଚ୍ଛତା ପକ୍ଷ ପାଳନ କରାଯିବା ଅବସରରେ ଶନିବାର ଅପରାହ୍ନରେ ବଳରାମପ୍ରସାଦ ପଞ୍ଚାୟତର ୫୦ଜଣ ହିତାଧିକାରୀଙ୍କୁ ବ୍ୟକ୍ତିଗତ ଘରୋଇ ଶୌଚାଳୟ ହସ୍ତାନ୍ତର କରାଯାଇଛି ନାଲ୍କୋ। ନିର୍ବାହୀ ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ ପଣ୍ଡା, ମାନବସମ୍ବଳ ମହାପ୍ରବନ୍ଧକ ସତ୍ୟାନନ୍ଦ ସାହୁ, ଉପମହାପ୍ରବନ୍ଧକ ରାଜାରାମ ମିଶ୍ର ପ୍ରମୁଖ ଉପସ୍ଥିତ ରହି ନାଲ୍କୋ ଫାଉଣ୍ଡେସନ ପକ୍ଷରୁ ନିର୍ମାଣ କରାଯାଇଥିବା ଶୌଚାଳୟ ଗୁଡ଼ିକୁ ହସ୍ତାନ୍ତର କରିଥିଲେ। ଏହି ଅବସରରେ ଶୌଚାଳୟ ବ୍ୟବହାର ଓ ସ୍ଵଚ୍ଛତା ଉପରେ ହିତାଧିକାରୀଙ୍କୁ ସଚେତନ କରାଯାଇଥିଲା। ବଳରାମପ୍ରସାଦ ସରପଞ୍ଚ ମଧୁଛନ୍ଦା ସାହୁ, ନାଏବ ସରପଞ୍ଚ ଦୁଷ୍ମନ୍ତ ସାହୁ ପ୍ରମୁଖଙ୍କ ସମେତ ଗ୍ରାମବାସୀ ଏଥିରେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଆଖପାଖ ପଞ୍ଚାୟତରେ ମଧ୍ୟ ହିତାଧିକାରୀଙ୍କ ନିମନ୍ତେ ବ୍ୟକ୍ତିଗତ ଶୌଚାଳୟ ନିର୍ମାଣ କରାଯିବ ବୋଲି ସୂଚନା ଦିଆଯାଇଥିଲା।