ମୁଖ୍ୟ ଖବର

ନାଲକୋ ପେରିଫେରି ଟ୍ରକ ମାଲିକ ସଂଘର ଶପଥ ସମାରୋହ ବୈଠକ ଆୟୋଜିତ

By Angul TV Bureau

September 29, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ନାଲକୋ ସିପିପି ପେରିଫେରି ଟ୍ରକ ମାଲିକ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ହୋଟେଲ ଜସ୍ମିନ୍ ପ୍ୟାଲେସରେ ଅନୁଷ୍ଠିତ ହୋଇଛି।

କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବରିଷ୍ଠ ଆଇନଜୀବୀ ପରମାନନ୍ଦ ମିଶ୍ର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ। ସଭାପତି ଭାବେ ମୁକୁନ୍ଦ ନାଥ, ଉପସଭାପତି ଭାବେ ଦୀପକ ସାହୁ, ସାଧାରଣ ସମ୍ପାଦକ ଭାବେ ନାରାୟଣ ଚନ୍ଦ୍ର ସିଂହ, ସହ ସମ୍ପାଦକ ଭାବେ ନୀଳକଣ୍ଠ ସାହୁ, କୋଷାଧ୍ୟକ୍ଷ ଭାବେ ଆଲୋକ ସାହୁ ଶପଥ ନେଇଥିଲେ।

କମିଟିର ଅନ୍ୟ ନୂତନ ସଦସ୍ୟ ରଞ୍ଜନ ଦାଶ, ପ୍ରଦୀପ ସାହୁ, ରଞ୍ଜନ ସାହୁ, ଦୁଷ୍ମନ୍ତ କୁମାର ଦାସ, ଦୀପକ ସାହୁ, ସଚ୍ଚିଦାନନ୍ଦ ରାଉତ, ହେମନ୍ତ ସାହୁ, ଜୟନ୍ତ ବରାହ, ଲୋକନାଥ ସିଂହ, ପ୍ରଦୀପ ରାଉତ, ସନ୍ତୋଷ ବିଳାଶ, ବୈକୁଣ୍ଠ ନାଥ ସୁବୁଦ୍ଧି, ଦୁଷ୍ମନ୍ତ ଦାସ, ଉଛବ ପଣ୍ଡା ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ସଂଘର ବରିଷ୍ଠ ସଦସ୍ୟ ସତ୍ୟବାନ୍ ବରାହ, କୁଳମଣି ବିଳାସ, ଅକ୍ଷୟ କୁମାର ଗାଆଣ, ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ସିଂହ ପ୍ରମୁଖ ସହଯୋଗ କରିଥିଲେ।