ମୁଖ୍ୟ ଖବର

ଡିଜେକୁ ନାଲକୋ ପୋଲିସର ନା’: ଭସାଣିରେ ଜଗିଲା ସ୍ୱତନ୍ତ୍ର ପୋଲିସ ଟିମ୍

By Angul TV Bureau

September 12, 2025

ଅନୁଗୁଳ: ଗୁରୁବାର ଅପରାହ୍ନରେ କାଣ୍ଡସର ଅଞ୍ଚଳର ଚାରି ଗଣେଶ ପୂଜାର ଭସାଣି ଉତ୍ସବ ଆୟୋଜିତ ହୋଇଛି। ଭସାଣିରେ ବଜାର ସାହି, ପାଇକ ସାହି, ରଗଡି ସାହି, ଗୋଛାୟତ ସାହିର ଚାରି ମେଢ଼ ବିସର୍ଜନ ହୋଇଥିଲା। ଡିଜେ ପାଇଁ ପୋଲିସ୍‌ ପ୍ରଶାସନର ଅନୁମତି ମିଳିନଥିଲା। କିନ୍ତୁ ଭସାଣିରେ ଡିଜେ ଦେଖି ଥାନା ଅଧିକାରୀ ସାଉଣ୍ଡ ଚେକ୍ କରିଥିଲେ। ପୋଲିସକୁ ଦେଖି ଆୟୋଜକ ବି ହଡ଼ବଡେଇ ଯାଇଥିଲେ। ଥାନା ଅଧିକାରୀ ସାମୁଲାଲ ଓରାମଙ୍କ ତତ୍ତ୍ୱାବଧାନରେ ମାଜିଷ୍ଟେଟ ସୁଶାନ୍ତ ନାୟକ ଉପସ୍ଥିତ ରହି ସମସ୍ତ ମେଢର ଶବ୍ଦ ମାପକୁ ପରୀକ୍ଷା କରିଥିଲେ। ସ୍ୱତନ୍ତ୍ର ମାପ ଟିମ୍ ପହଞ୍ଚି ଶବ୍ଦର ଡେସିବଲ ତନଖି କରିଥିଲେ।

ତେବେ ଏଥିରେ ବ୍ୟତିକ୍ରମ ହେଲେ ପୋଲିସ ଆକ୍ସନ ନେବ ବୋଲି ଥାନା ଅଧିକାରୀ ପ୍ରକାଶ କରିଥିଲେ। ପରେ ପ୍ରୋସେସନ ଆଗକୁ ବଢ଼ିଥିଲା। ତେବେ ପୋଲିସର ଆକ୍ସନ ଦେଖି ଉପସ୍ଥିତ ଲୋକ ପ୍ରଶଂସା କରିଥିବା ଜଣାଯାଇଛି।