ଘଟଣା ଓ ଦୁର୍ଘଟଣା

ସଡକ ଦୁର୍ଘଟଣାରେ ନାଲକୋ ସୁରକ୍ଷା କର୍ମଚାରୀଙ୍କ ମୃତ୍ୟୁ

By Swagatika Samantray

May 21, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦଠାରେ ଏକ ସଡ଼କ ଦୁର୍ଘଟଣାରେ ନାଲକୋ କଲୋନୀର ସୁରକ୍ଷା ଦାୟିତ୍ୱ ରେ ଥିବା ଆଇଏସଏସ ସୁରକ୍ଷା କର୍ମଚାରୀ ଅନନ୍ତ ପ୍ରଧାନଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଅନନ୍ତ “ବି” ସିଫ୍ଟ କୁ ଆସୁଥିବା ସମୟରେ ବଳରାମ ପ୍ରସାଦଠାରେ ଦିନ ଗୋଟେ ବେଳେ ୨ଟି ମୋଟର ସାଇକେଲ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ଅନନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଆହତ ୨ ଜଣଙ୍କର ପରିଚୟ ମିଳିପାରିନାହିଁ। ନାଲକୋରୁ କ୍ଷତିପୂରଣ ଦାବି କରିଥିଲେ ବଳରାମ ପ୍ରସାଦ ଗ୍ରାମବାସୀ। ତେଣୁ ନାଲକୋ ଚିକିତ୍ସାଳୟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ନାଲକୋର ପ୍ରଶାସନିକ ଅଧିକାରୀ ଓ ବଳରାମ ପ୍ରସାଦ ସରପଞ୍ଚଙ୍କ ଦ୍ଵାରା ଏହାର ସମାଧାନ ହୋଇ ମୃତ ଅନନ୍ତଙ୍କ ପରିବାରକୁ କ୍ଷତିପୂରଣ ଓ ପରିବାରର ଜଣକୁ ଠିକା କର୍ମଚାରୀ ଭାବେ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ମିଳିବା ପରେ ଶବ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଚିକିତ୍ସାଳୟକୁ ନିଆ ଯାଇଥିଲା।