ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର ଜଗନ୍ନାଥ ମନ୍ଦିର ପରିସରସ୍ଥ ମାରୁତି ମଣ୍ଡପଠାରେ ଯାଦଵ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବତନ ସଭାପତି ଭରତ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସଂଗଠନର ଆଭିମୁଖ୍ୟ ଓ ଆଗାମୀ ଦିନରେ ସମାଜର ଉନ୍ନତିମୂଳକ କାର୍ଯ୍ୟଧାରା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ନୂତନ କର୍ମକର୍ତ୍ତା ଚୟନ ହୋଇଛି।
ଆସନ୍ତା ୩ ବର୍ଷ ପାଇଁ ନୂତନ କମିଟି ଗଠନ କରାଯାଇ ସଭାପତି ଭାବେ ଜିତେନ୍ଦ୍ର ଖିଲାର, ସାଧାରଣ ସମ୍ପାଦକ ଭାବେ ସୁଧୀର କୁମାର ପରିଡ଼ା ଓ କୋଷାଧ୍ୟକ୍ଷ ଭାବେ ଅରବିନ୍ଦ ବେହେରାଙ୍କ ନାମ ଘୋଷଣା କରାଯାଇଛି। ଏହାସହ ୯ ଜଣ ଉପଦେଷ୍ଟା, ଜଣେ ଉପସଭାପତି, ୨ ଜଣ କାର୍ଯ୍ୟକାରୀ ସଭାପତି, ଜଣେ ସହ ସମ୍ପାଦକ ଏବଂ ୨ ଜଣ ସାଂଗଠନିକ ସମ୍ପାଦକଙ୍କୁ ଗୁରୁଦାୟିତ୍ୱ ଅର୍ପଣ କରାଯାଇଛି।ଏହି ବୈଠକରେ ସମାଜର ୩୦ରୁ ଊର୍ଦ୍ଧ୍ୱ ସଦସ୍ୟ ଓ କର୍ମକର୍ତ୍ତା ଉପସ୍ଥିତ ରହି ଆଗାମୀ କାର୍ଯ୍ୟପନ୍ଥା ଉପରେ ମତ ପ୍ରକାଶ କରିବା ସହ ନୂତନ କର୍ମକର୍ତ୍ତାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।