ଅନୁଗୁଳ: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ନାଲ୍କୋ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ନାଲ୍କୋନଗରରେ ୨୪ ଘଣ୍ଟିଆ କୋଭିଡ୍ କଲ୍ସେଣ୍ଟର ଓ ହେଲ୍ପଲାଇନ୍ ଆରମ୍ଭ କରାଯାଇଛି। କରୋନା ସଂପର୍କରେ ସନ୍ଦିଗ୍ଧ କରୋନା ସଂକ୍ରମିତ ବ୍ୟକ୍ତି ଓ ନାଲ୍କୋ କର୍ମଚାରୀ ଲ୍ୟାଣ୍ଡଲାଇନ୍ ନମ୍ବର ୦୬୭୬୪-୨୨୦୨୨୦, ୨୨୦୧୩୦, ମୋବାଇଲ୍ ନମ୍ବର ୮୮୯୫୪୪୨୬୩୫କୁ ଫୋନ୍ କରି ସହାୟତା ନେଇପାରିବେ। ଏହି ହେଲ୍ପଲାଇନ୍ ମାଧ୍ୟମରେ ଡାକ୍ତରୀ ପରାମର୍ଶ ମିଳିପାରିବ। କରୋନା ସଂକ୍ରମିତଙ୍କ ପରିବାର ପାଇଁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି | ନାଲ୍କୋର ୧୨ ଜଣ କର୍ମଚାରୀ ସ୍ୱେଚ୍ଛାରେ କୋଭିଡ଼ କଲ୍ସେଣ୍ଟରରେ କାମ କରିବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି। ସେମାନେ ୩ ସିଫ୍ଟରେ କାର୍ଯ୍ୟ କରିବେ । ନାଲ୍କୋ ଇଡି ଅମ୍ବିକା ପ୍ରସାଦ ପଣ୍ଡା, ନାଲ୍କୋ ଡାକ୍ତରଖାନାର ଡାକ୍ତର ଜୟଶ୍ରୀ ଘୋଷାଲ, ଡା. ସୌରଭ ଦାସ, ଡା. ମିତେଶ ୱାଗ, ଡା. ଲିତା ଦେହୁରୀ, ପ୍ରଶାସନ ପକ୍ଷରୁ ସୁନୀଲ ମହାପାତ୍ର, ରାଜାରାମ ମିଶ୍ର କୋଭିଡ କଲ୍ସେଣ୍ଟର୍ ଉଦ୍ଘାଟନ କରିଥିବା କଲ୍ସେଣ୍ଟରର ମୁଖ୍ୟ ପରିଚାଳକ ମଣିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।