ମୁଖ୍ୟ ଖବର

ଅନୁଗୁଳରେ ପାଳନ ହେଉନି ସରକାରଙ୍କ ନିର୍ଦ୍ଦେଶ, ଓଡ଼ିଆ ବଦଳରେ ଇଂରାଜୀରେ ଝୁଲିଛି ମାଳମାଳ ନାମ ଫଳକ

By Angul TV Bureau

August 06, 2025

ଅନୁଗୁଳ: ଅନୁଗୁଳରେ ପାଳନ ହେଉନି ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ। ଅନୁଗୁଳ ଜିଲ୍ଲା ତାଳଚେର ସହର ଓ ଏହାର ଆଖାପାଖ ଅଂଚଳରେ ଅନେକ ସରକାରୀ ବେସରକାରୀ ସଂସ୍ଥା ନିଜ ନାମଫଳକ ଓଡ଼ିଆରେ ଲେଖି ନାହାନ୍ତି। ଶ୍ରମଅଧିକାରୀ ମଧ୍ୟ ଏଥିପାଇଁ କଡ଼ା ପଦକ୍ଷେପ ନେଉଥିବା ଅଭିଯୋଗ ହୋଇଛି।ସହରରେ ହଜାର ହଜାର ଦୋକାନ ବାଣିଜ୍ୟ ପ୍ରତିଷ୍ଠାନ ଶ୍ରମ କାର୍ଯ୍ୟାଳୟରେ ପଞ୍ଜିକୃତ ହୋଇଛନ୍ତି। ଅଳ୍ପ କେତୋଟି ସଂସ୍ଥାକୁ ଛାଡ଼ିଦେଲେ ବହୁ ସଂସ୍ଥା ଇଂରାଜୀ ଓ ହିନ୍ଦୀ ଭାଷାରେ ନାମ ଫଳକ ଲେଖିଛନ୍ତି। ବିଭିନ୍ନ କେନ୍ଦ୍ରୀୟ ଅନୁଷ୍ଠାନରେ ମଧ୍ୟ ସମାନ ଅବସ୍ଥା। ସହରରେ ପ୍ରାୟ ୧୦ଟି ପେଟ୍ରୋଲ ପମ୍ପ ଥିବା ବେଳେ ସେଥିରୁ ଅଧିକାଂଶ ତେଲଟାଙ୍କି ଓଡ଼ିଆରେ ନାମ ଫଳକ ନାହିଁ ।

ହାଣ୍ଡିଧୂଆଁଛକ, ହାଟତୋଟା, ମ୍ୟୁନିସିପାଲିଟି ମାର୍କେଟ, ବାଇପାସ୍ ଛକ, ତାଳଚେର ଟାଉନ୍‌, ବସଷ୍ଟାଣ୍ଡ ପ୍ରଭୃତି ଜନଗହଳି ସ୍ଥାନମାନଙ୍କରେ ନାମ ଫଳକ ଇଂରାଜୀ ଭାଷାରେ ଲେଖାଯାଇଥିବା ଦେଖିବାକୁ ମିଳିଛି। ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଓଡ଼ିଆରେ ନାମ ଫଳକ ଲେଖିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।