ଅନୁଗୁଳ: ଆଜି ଅନୁଗୁଳ ତାଇକୋଣ୍ଡୋ ସଂଘର ଦୁଇ ଛାତ୍ରଛାତ୍ରୀଙ୍କୁ ବିଶ୍ଵ ତାଇକୋଣ୍ଡୋ ପକ୍ଷରୁ ଦିଆଯାଇଥିବା ବ୍ଲାକ୍ ବେଲ୍ଟ ଓ ମାନପତ୍ରକୁ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ପ୍ରଦାନ କରିଛନ୍ତି। ଏହି ଦୁଇ ପ୍ରତିଯୋଗୀ ହେଲେ ନମିତା ଓ ଚିନ୍ମୟ। ଉଭୟଙ୍କୁ ଜିଲ୍ଲା ସମ୍ପାଦକ ଦୁଷ୍ମନ୍ତ କୁମାର ନାଥଙ୍କ ଉପସ୍ଥିତିରେ ମାନପତ୍ର ପ୍ରଦାନ କରାଯାଇଥିଲା। ସମ୍ପାଦକ ଦୁଷ୍ମନ୍ତ କୁମାର ନାଥ ଠାରୁ ଶିକ୍ଷା ଗ୍ରହଣ କରି ପୂର୍ବରୁ ୨୩ ଜଣ ଛାତ୍ରଛାତ୍ରୀ ବିଶ୍ଵ ତାଇକୋଣ୍ଡୋ ଠାରୁ ବ୍ଲାକ୍ ବେଲଟ୍ ପାଇଥିବା ଜଣାଯାଇଛି।