କ୍ରୀଡ଼ା

ନରହରିପୁର ରାଜ୍ୟସ୍ତରୀୟ ଫୁଟ୍‌ବଲ୍ ମ୍ୟାଚ୍ ଉଦ୍‌ଘାଟିତ, ମୁହାଁମୁହିଁ ହେଲେ ଜଟଣୀ ଓ ଝାରସୁଗୁଡ଼ା

By Angul TV Bureau

January 17, 2023

ତାଳଚେର: ତାଳଚେର ବ୍ଲକ ନରହରିପୁର ଗାଁର ବଙ୍ଗାଳୀ ତଇଳା ଠାରେ ନରହରିପୁର କପ୍ ୨୦୨୩ ରାଜ୍ୟ ସ୍ତରୀୟ ଫୁଟ୍‌ବଲ୍ ମ୍ୟାଚ୍ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟର ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଖେଳକୁ ଉଦ୍‌ଘାଟନ କରିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। କ୍ଲବର ସଭାପତି ଇଂ ମନୋଜ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଖେଳରେ ବ୍ରଜନାଥପୁର ସମିତି ମେମ୍ବର ଅରୁପମା ପ୍ରଧାନ, କଣ୍ଢାଳ ସରପଞ୍ଚ ଯଶୋବନ୍ତି ବେହେରା, କଣ୍ଢାଳ ସମିତିସଭ୍ୟା ସୁବର୍ଣ୍ଣା ସାହୁ, ଆଇନ୍‌ଜୀବୀ ପେସ୍କାର ଗଡନାୟକ, ସମାଜସେବୀ ବିଭୂତି ସାହୁ ଯୋଗଦେଇଥିଲେ।      ଉଦ୍‌ଘାଟନୀ ମ୍ୟାଚ୍ ଜଟଣୀ ଓ ଝାରସୁଗୁଡା ଫୁଟ୍‌ବଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳରେ କମଳ ଲୋଚନା ସାହୁ, ରାକେଶ ପ୍ରଧାନ, ଶିଶିର ପ୍ରଧାନ, ସୁନିଲ ପ୍ରଧାନ, ସୁରେଶ ପ୍ରଧାନ, ପ୍ରଶାନ୍ତ ବେହେରା, ମୁକେଶ ପ୍ରଧାନ, ଅସିତ ପ୍ରଧାନ, ବିଶ୍ୱଜିତ୍ ପ୍ରଧାନ, ଲକ୍ଷ୍ମଣ ଗୋଛାୟତ, ରାମ ଗୋଛାୟତ, ବିଶ୍ୱଜିତ୍ ବେହେରାଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।