ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳସ୍ଥିତ ନାରାୟଣୀ ଇଂଜିନିୟରିଂ କଲେଜର ବାର୍ଷିକ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଛି। ଡିସେମ୍ବର ୧୭ରୁ ୨୦ ତାରିଖ ଯାଏଁ ଏହି କ୍ରୀଡ଼ା ଚାଲିଥିଲା।
ମହୋତ୍ସବକୁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ତନ୍ମୟ କର, ନିର୍ଦ୍ଦେଶକ ବିଭୁଧେନ୍ଦୁ ବଳ, ଅନୁଷ୍ଠାନର ଅଧ୍ୟକ୍ଷା ରଶ୍ମିତାବାଳା ଗଡ଼ନାୟକ ଉଦ୍ଘାଟନ କରିଥିଲେ। ଆଜି ଆୟୋଜିତ ଉଦଯାପନୀ ଉତ୍ସବରେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଓ ବଉଳିଗଡ଼ ସରପଞ୍ଚ ଅମେନ୍ଦ୍ର ଗଡ଼ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଉତ୍ସବର ଶେଷ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦୁଃସାହସିକ କଳାକୃତି ପ୍ରଦର୍ଶନ କରିଥିଲେ।
ଉତ୍ସବରେ କଲେଜ ଅଧ୍ୟାପକ ଦୀପକ କୁମାର ଦେହୁରୀ, ଆଲୋକ ବେହେରା, ଚନ୍ଦନ କୁମାର ନନ୍ଦ, ସୁଜିତ ପ୍ରଧାନ, ଅନ୍ଵୟ କୁମାର ସାହୁ, ସିପୁନ କୁମାର ଷେଣ୍ଢ, ସୌମ୍ୟ ପ୍ରକାଶ ରାଉତ, ସମ୍ବିତ କର, ମନସ୍ବିନୀ ପରିଡା, ସିଦ୍ଧାର୍ଥ ଗଡ଼ନାୟକ, ସ୍ୱରାଜ ରାଉଳ, ଅଧ୍ୟାପିକା ସ୍ୱର୍ଣ୍ଣପ୍ରଭା ସିଂହ, ଜ୍ୟୋତ୍ସ୍ନାମୟୀ ପ୍ରଧାନ, ଏଲିନା ସାହୁ, ସୁପ୍ରୀତି ଧର, ମାନସୀ ରଞ୍ଜିତା ପ୍ରଧାନ, ସନ୍ନମ ପଟ୍ଟନାୟକ, ସ୍ୱାଗତିକା ନାୟକ, ପିଅନ ପ୍ରଶାନ୍ତ ଭୁକ୍ତା, ରବୀନ୍ଦ୍ର ଗଡ଼ନାୟକ, ବାପି ଭୁକ୍ତା, ଉମାକାନ୍ତ ସେଠି, ବରିଷ୍ଠ କିରାଣୀ ସୁରେଶ ଚନ୍ଦ୍ର କର, ଲୋକ ସମ୍ପର୍କ ଅଧିକାରୀ ଶଶାଙ୍କ ଶେଖର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।