ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଅରାହାଟ ଠାରେ ଥିବା ନାରାୟଣୀ ଇଞ୍ଜିନିୟରିଂ କଲେଜରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ଡାକ୍ତର ସୁସ୍ମିତା ସାହୁ, ମୁଖ୍ୟ ବକ୍ତା ଭାବେ ଆଡଭୋକେଟ୍ ଋତୁପର୍ଣ୍ଣା ମହାନ୍ତି ଉପସ୍ଥିତ ଥିଲେ। ତ୍ୱରିତ କାର୍ଯ୍ୟ କରିବା ଓ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କୁ ସମ୍ମାନ, ସମାନ ପ୍ରଦାନ କରିବାକୁ କାର୍ଯ୍ୟକ୍ରମରେ ଗୁରୁତ୍ଵ ଦିଆଯାଇଥିଲା।
ମୁଖ୍ୟ ଅତିଥି ଡାକ୍ତର ସୁସ୍ମିତା ସାହୁ କହିଥିଲେ, ଆପଣମାନେ ହିଁ ନୂତନତ୍ବର ଉଦ୍ଭାବକ, ତୁମେ ମାନେ କିଭଳି ଜଣେ ଭଲ ଅଭିଭାବକ ହୋଇ ପାରିବ। କିଭଳି ଛୋଟ ପିଲାଙ୍କ ଯତ୍ନ ନେଲେ ସେମାନେ ସମାଜରେ ଉପଯୁକ୍ତ ଶିଶୁ ଭାବରେ ନିଜର କର୍ତ୍ତବ୍ୟ କରି ପାରିବ ଏହା ହିଁ ଶିକ୍ଷା ପାଇବା ଜରୁରୀ ବୋଲି କହିଥିଲେ।
ମୁଖ୍ୟ ବକ୍ତା ଆଡଭୋକେଟ୍ ଋତୁପର୍ଣ୍ଣା ମହାନ୍ତି କହିଥିଲେ, ସଂସାର ଗଢ଼ିବା ପାଇଁ ଯେମିତି ନାରୀ ଓ ପୁରୁଷ ଉଭୟଙ୍କ ଆବଶ୍ୟକତା ପଡ଼ିଥାଏ। ଠିକ୍ ସେହିଭଳି ବିଭିନ୍ନ ଅନୁଷ୍ଠାନ ଗୁଡ଼ିକୁ ସଠିକ୍ ଭାବରେ ଚଳାଇବା ପାଇଁ ମହିଳା କର୍ମଚାରୀଙ୍କ ନିଯୁକ୍ତିକୁ ପ୍ରାଧାନ୍ୟ ଦେବା ନିହାତି ଆବଶ୍ୟକ ବୋଲି କହିଥିଲେ।କାର୍ଯ୍ୟକ୍ରମରେ ସ୍ୱର୍ଣ୍ଣପ୍ରଭା ସିଂହ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ଲୋକ ସମ୍ପର୍କ ଅଧିକାରୀ ଶଶାଙ୍କ ଶେଖର ସାମଲଙ୍କ ସହ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ।