ମୁଖ୍ୟ ଖବର

ପାଞ୍ଚଦିନ ବ୍ୟାପୀ ନାଟକ ଉତ୍ସବ ରଙ୍ଗ ସଙ୍ଗମ ଉଦଘାଟିତ

By Biswaranjan Pattnaik

September 02, 2023

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ,ଓଡ଼ିଆ ଭାଷା ସଂସ୍କୃତି ବିଭାଗ ଏବଂ ଅନୁଗୁଳର ସାଂସ୍କୃତିକ ଅନୁଷ୍ଠାନ କଳାକାର ଆନୁକୁଲ୍ୟରେ ପାଞ୍ଚ ଦିନ ବ୍ୟାପୀ ନାଟକ ଉତ୍ସବ ରଙ୍ଗ ସଙ୍ଗମ ଉଦଘାଟିତ ହୋଇଯାଇଛି। ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ ମୁଖ୍ୟ ଅତିଥି ଭାବେ ଉତ୍ସବକୁ ଉଦଘାଟନ କରିଥିଲେ। ମଞ୍ଚ ନାଟକ ସମାଜର ଦର୍ପଣ ଦର୍ଶକଙ୍କ ମନ ଓ ହୃଦୟକୁ ଏହା ଛୁଇଁବା ସହ ଆଗାମୀ ପିଢ଼ି ପାଇଁ ସେ ଅନେକ ଆଦର୍ଶର ବାର୍ତା ଦେଇଥାଏ। ସମ୍ମାନିତ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ନବଦିପ ମହାଳିକ,ଡ଼ା କେଶ ରଞ୍ଜନ ପ୍ରଧାନ ଓ କଳାକାର ସଭାପତି ଭୂପେଶ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ।ସୁଧାଂଶୁ ମୋହନ ଦ୍ବିବେଦୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଏହାପରେ ଭୁବନେଶ୍ବର ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟର କଳାକାର ମାନେ ନାଟକ ଶେଷ ପାହାଚ ମଞ୍ଚସ୍ଥ କରିଥିଲେ।

ଡ଼ା ବିଜୟ ମିଶ୍ରଙ୍କ ରଚିତ ଏବଂ ଅଜିତ ଦାସଙ୍କ ଦ୍ଵାରା ନିର୍ଦ୍ଦେଶିତ ନାଟକ ଶେଷ ପାହାଚ ଦର୍ଶକଙ୍କୁ ବେଶ୍ ବାନ୍ଧି ରଖିଥିଲା। ସମାଜରେ ବୟସ୍କ ବ୍ୟକ୍ତି ମାନଙ୍କ ଆବେଗ ଓ ମନକୁ ଅନେକ ବୁଝି ପାରନ୍ତି ନାହିଁ।ପରିବାର ରେ ବୟସ୍କ ମୂରବୀ ମାନଙ୍କୁ କିଭଳି ଅବହେଳା କରାଯାଏ ଏବଂ ଏହା ଆଜିର ସାମାଜିକ ସ୍ଥିତିକୁ କିଭଳି ପ୍ରଭାବିତ କରୁଛି ତାହାକୁ ନେଇ ଗଢ଼ି ଉଠିଛି ନାଟକ ଶେଷ ସମୁଦ୍ର ।