ତାଳଚେର: ଆଜି ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜାତୀୟ ବେସାମରିକ ପ୍ରତିରକ୍ଷା ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଳଚେର ଉପଜିଲ୍ଲାପାଳ ଯୋଗଦେଇ ବିପର୍ଯ୍ୟୟ ସମୟରେ ଆହତଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଦେଉଥିବା ଏହି ସଂସ୍ଥାକୁ ସରକାର ୧୯୬୧ ମସିହାରେ ଅଗ୍ରାଧିକାର ଦେଇଥିବା କହିଥିଲେ। ତାଳଚେରରେ ଏହି ସଂସ୍ଥା ୧୯୮୧ ମସିହା ପରଠାରୁ କାର୍ଯ୍ୟ କରିଆସୁଛି।
କାର୍ଯ୍ୟକ୍ରମରେ ତାଳଚେରର ସ୍କୁଲ କଲେଜର ଛାତ୍ରଛାତ୍ରୀ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ସାମିଲ ହୋଇ ସେମାନଙ୍କର ଉଦ୍ଧାର କାର୍ଯ୍ୟର ରଣ କୌଶଳ ପ୍ରଦର୍ଶନ କରିଥିଲେ। କୃତି ଛାତ୍ରଛାତ୍ରୀଙ୍କୁ ଶେଷରେ ପୁରସ୍କାର ବିତରଣ କରାଯାଇଥିଲା।