ମୁଖ୍ୟ ଖବର

ଜାତୀୟ ମୂକ ବଧିର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ପ୍ରଥମ ମ୍ୟାଚରେ ଆନ୍ଧ୍ରକୁ ହରାଇଲା ଓଡ଼ିଶା

By Angul TV Bureau

January 09, 2026

ଅନୁଗୁଳ: ଓଡ଼ିଶା-ଆନ୍ଧ୍ରପ୍ରଦେଶ-ଉତ୍ତରପ୍ରଦେଶ ତିନୋଟି ଦଳକୁ ନେଇ ଗୁରୁବାର ପୂର୍ବାହ୍ନରେ ଆରମ୍ଭ ହୋଇଛି ଜାତୀୟ ମୂକ ବଧିର ଟ୍ରାଏ୍ ସିରିଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜୀବ ଲୋଚନ ପଣ୍ଡା ଯୋଗଦେଇ ଟୁର୍ଣ୍ଣାମେଣ୍ଟ ଉଦଘାଟନ୍ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ ଓ ଜିନ୍ଦଲ୍ ସାମାଜିକ ଦାୟିତ୍ୱବୋଧ ବିଭାଗ ମୁଖ୍ୟ ପ୍ରବନ୍ଧକ ଜୟନ୍ତ ମହାନ୍ତି ପ୍ରମୁଖ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

ଉଦଘାଟନୀ ମ୍ୟାଚ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆନ୍ଧ୍ର ପ୍ରଦେଶ ଟଚ୍ ଜିତି ପ୍ରଥମେ ଫିଲଡିଂ କରିବାର ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ୩୦ ଓଭରରେ ୮ ଓ୍ବିକେଟ୍ ହରାଇ ୨୨୩ ରନ୍ ସଂଗ୍ରହ କରିଥିବା ବେଳେ ଆନ୍ଧ୍ର ପ୍ରଦେଶ ଦଳ ୨୨ ଓଭର ୨ ଗୋଟି ବଲରେ ସମସ୍ତ ଓ୍ବିକେଟ୍ ହରାଇ ମାତ୍ର ୭୬ ରନ୍ ସଂଗ୍ରହ କରି ପରାଜୟ ହୋଇଥିଲେ। ଓଡ଼ିଶା ଦଳର ବ୍ୟାଟ୍ସମ୍ୟାନ ଶିବୁନ୍ ନନ୍ଦ ୪୨ ବଲରେ ୫୦ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ।

ଓସିଏ ପ୍ୟାନେଲ୍ ଏମ୍ପାୟର ଜୟକୃଷ୍ଣ ରାଉତ, ଅଭିଷେକ ସାହୁ ମ୍ୟାଚ୍ ପରିଚାଳନା କରିଥିଲେ। ଏହି ଟ୍ରାଇ ସିରିଜ ଆସନ୍ତା ଜାନୁଆରୀ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ବଧିର ସଂଘ ସଭାପତି ପର୍ଶୁରାମ ଦାଶ, ଓଡ଼ିଶା ବଧିର କ୍ରିକେଟ୍ ଆସୋସିଏସନ୍ ସମ୍ପାଦକ ସାଗରକାନ୍ତ ସେନାପତି, ଉପସଭାପତି ଦ୍ବିତୀ କୃଷ୍ଣ ମିଶ୍ର, ଆସ୍ଥା ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ପ୍ରିନ୍ସପାଲ୍ ଶର୍ମିଳା ସୁବ୍ରମନ୍ୟମ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।