ମୁଖ୍ୟ ଖବର

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାତୀୟ ଡେଙ୍ଗୁ ଦିବସ ପାଳିତ, ଜନସଚେତନତା ଉପରେ ଗୁରୁତ୍ୱାରୋପ

By Angul TV Bureau

May 16, 2023

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଡେଙ୍ଗୁର କାରଣ, ଲକ୍ଷଣ ଓ ପ୍ରତିକାର ସମ୍ପର୍କରେ ବିଶଦ ଭାବରେ ଆଲୋଚନା ହୋଇଥିଲା। ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୂର୍ଣ୍ଣିମା ଉଦଗାତା ପାୱାର ପଏଣ୍ଟ ମାଧ୍ୟମରେ ଜାତୀୟ ଡେଙ୍ଗୁ ଦିବସ ପାଳନ କରିବାର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଦିଲ୍ଲୀପ କୁମାର ପଟ୍ଟନାୟକ, ଡାକ୍ତର ବିଶ୍ୱବିହାରୀ ମହାନ୍ତି, ଡାକ୍ତର ଧନେଶ୍ୱର ବେହେରା, ଡାକ୍ତର ବିନୋଦ କୁମାର ସାହୁ, ଡାକ୍ତର ଦୀପକ କୁମାର ମହାନ୍ତ ଜାତୀୟ ଡେଙ୍ଗୁ ଦିବସ ପାଳନର ପ୍ରଚାର ପ୍ରସାର ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। କାର୍ଯ୍ୟକ୍ରମକୁ ବି ଭି ଡି କନ୍ସଲଟାଣ୍ଟ ସଂଯୋଜନା କରିଥିଲେ।