ଅନୁଗୁଳ : ଅନୁଗୁଳ ରକ୍ତ ଭଣ୍ଡାର ପରିସରରେ ଜାତୀୟ ଡାକ୍ତର ଦିବସ ପାଳିତ ହୋଇଯାଇଛି।ଇଣ୍ଡିଆନ ମେଡିକାଲ ଆସୋସିଏସନ ଏବଂ “ଅଶ୍ରୁ” ର ମିଳିତ ସହଯୋଗ ରେ ଆୟୋଜିତ ଏହି ସମ।ରୋହ କୁ ଉଦ୍ଘାଟନ କରିଥିଲେ ସଂଘର ସଭାପତି ଡ଼ା ବିନୟ କୁମାର ନାଥ।ଏ ଅବସରରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଡ଼ା ବିଧାନ ଚନ୍ଦ୍ର ରାୟଙ୍କ ବହୁମୂଲ୍ୟ ଅବଦାନକୁ ଅତିଥି ମାନେ ସ୍ମରଣ କରିଥିଲେ।ସମାରୋହରେ ଆଇଏମଏର ସମ୍ପାଦକ ଡ଼ା ପ୍ରଭାତ କୁମାର ପଣ୍ଡା,ରାଜ୍ୟ ଓମ୍ସା ସାଧାରଣ ସମ୍ପାଦକ ଡ଼ା ବିଶ୍ୱଜିତ ସାମଲ,ବରିଷ୍ଠ ଡାକ୍ତର ସୌମ୍ୟକାନ୍ତ ବିଶୋଇ ଏବଂ ଅଶ୍ରୁ ର କର୍ମକର୍ତା ମାନେ ଯୋଗଦାନ କରିଥିଲେ।ସମାରୋହରେ କେକ କଟ।ଯିବା ସହ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଅନୁଗୁଳର ଡାକ୍ତର ଏବଂ ଅଶ୍ରୁର ପ୍ରତିନିଧିମାନେ ରକ୍ତଦାନ କରିଥିଲେ। ଅନୁଗୁଳ ରକ୍ତଭଣ୍ଡାର ଅଧିକାରୀ ଏବଂ କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ।