ଅନ୍ୟାନ୍ୟ

ରେଙ୍ଗାଲି ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

By Angul TV Bureau

October 31, 2025

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଲି ଡ୍ୟାମ୍ ସାଇଟ୍ ପୋଲିସ୍ ପକ୍ଷରୁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟଠାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଲୌହମାନବ ସର୍ଦ୍ଦାର ବଲ୍ଳଭଭାଇ ପଟେଲଙ୍କ ସ୍ମୃତିଚାରଣ କରାଯାଇଥିଲା। ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୌହମାନବଙ୍କ ବିଷୟରେ ରଚନା ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ରେଙ୍ଗାଳି ଥାନା ଅଧିକାରୀ ଜୟନ୍ତ ମହାନ୍ତି, ଏଏସଆଇ ତ୍ରିନାଥ ଦେହୁରୀ, ରେବତୀ ସାହୁ, କନେଷ୍ଟବଳ ଦ୍ୱିତୀୟା କିସାନ, ଡ଼ଲିରାଣୀ ସାମଲ, ଜୟପାଲ ଶୁଣ୍ଢୀ, ପ୍ରଧାନ ଶିକ୍ଷକ ଗିରିଧାରୀ ବାରିକ ଓ ତିଳୋତ୍ତମା ଦାସ ପ୍ରମୁଖ ଯୋଗ ଦେଇଥିଲେ।