ଅନୁଗୁଳ: କଣିହାଁ ରେଙ୍ଗାଳି ପ୍ରକଳ୍ପ ଓଡ଼ିଶା ଜଳ ବିଦ୍ୟୁତ ନିଗମ ପକ୍ଷରୁ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାୱାର ହାଉସ ଓ ବିଦ୍ୟୁତ ଷ୍ଟ୍ରକ୍ଚରଠାରେ ପାଳିତ ହୋଇଯାଇଛି। ବିଦ୍ୟୁତ ଲାଇନ୍ରେ କାର୍ଯ୍ୟ କରିବା ସମୟରେ ଶ୍ରମିକ କର୍ମଚାରୀମାନେ ସୁରକ୍ଷା ବେଲ୍ଟ, ହେଲମେଟ ଆଦି ସୁରକ୍ଷା ଉପକରଣ ବ୍ୟବହାର କରିବା ଦ୍ଵାରା ବିଦ୍ୟୁତ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିବ ବୋଲି ଉପସ୍ଥିତ ପଦାଧିକାରୀ ମତବ୍ୟକ୍ତ କରିଥିଲେ। ଯନ୍ତ୍ରୀ, ଶ୍ରମିକ କର୍ମଚାରୀମାନେ ବିଦ୍ୟୁତ ଷ୍ଟ୍ରକଚରଠାରୁ ଏକ ଶୋଭାଯାତ୍ରାରେ ବାହାରି ପାୱାର ହାଉସ୍ ଓ ପରେ କଲୋନି ଅଞ୍ଚଳ ପରିକ୍ରମା କରି ବିଦ୍ୟୁତ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ। କାର୍ଯ୍ୟକ୍ରମରେ ସିନିୟର ଜେନେରାଲ ମ୍ୟାନେଜର ସୁବାସ ଚନ୍ଦ୍ର ପାତ୍ର, ଜେନେରାଲ୍ ମ୍ୟାନେଜର୍ ରୁଦ୍ରମୋହନ ନାୟକ, ଉପମହାପ୍ରବନ୍ଧକ ଗଣେଶରାମ ପଣ୍ଡା, ସରୋଜ କୁମାର ବାହିଦାର, ସହକାରୀ ମହାପ୍ରବନ୍ଧକ ସୁବ୍ରତ କୁମାର ଷଡ଼ଙ୍ଗୀଙ୍କ ସମେତ ସମସ୍ତ ଯନ୍ତ୍ରୀ, ଶ୍ରମିକ କର୍ମଚାରୀ ଯୋଗ ଦେଇଥିଲେ ।