ମୁଖ୍ୟ ଖବର

ଅନୁଗୁଳ ହସ୍ପିଟାଲ ପରିଦର୍ଶନ କଲେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ପ୍ରତିନିଧି ମଣ୍ଡଳୀ

By Angul TV Bureau

April 29, 2024

ଅନୁଗୁଳ: ଅନୁଗୁଳ ହସ୍ପିଟାଲ ପରିଦର୍ଶନ କରିଛନ୍ତି ଭାରତ ସରକାରଙ୍କ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନର ରାଷ୍ଟ୍ରୀୟ ଗୁଣବତ୍ତା ନିଶ୍ଚିତକରଣ ୟୁନିଟ(National Quality Assurance standard)ର ପ୍ରତିନିଧିଦଳ। ଆଜି ଏହି ଟିମ୍ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଏହାର ଭିତ୍ତିଭୂମି, ଚିକିତ୍ସା ସେବା, ୱାର୍ଡରେ ରୋଗୀସେବା, ଔଷଧ ବଣ୍ଟନ ବ୍ୟବସ୍ଥା ଆଦି ବୁଲି ଦେଖିବା ସହ ସନ୍ତୋଷ ବ୍ୟକ୍ତ କରିଥିଲେ। ମଙ୍ଗଳବାର ସେମାନେ ଅନ୍ୟାନ୍ୟ ୟୁନିଟ ବୁଲି ଦେଖିବେ। ଏହି ଦଳରେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନର ମୁଖ୍ୟ ପ୍ରତିନିଧି ଡ଼ା ଅମିତାଭ ଶାହଙ୍କ ସମେତ ଅନୁଗୁଳ ସିଡିଏମଓ, ଡିଏମଓ, ଡିପିଏମ୍ ଏବଂ ହସ୍ପିଟାଲ ମ୍ୟାନେଜର ପ୍ରମୁଖ ଉପସ୍ଥିତ ଥିଲେ।