ଅନୁଗୁଳ: କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ୮୩୦୮ କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହେବାକୁ ଯାଉଛି ରିଙ୍ଗରୋଡ଼। ଯାହା ମାଧ୍ୟମରେ ଅନେକ ଗୁଡିଏ ଜାତୀୟ ରାଜପଥ ଏହା ସହ ସଂଯୋଗ କରିବ। ଏପରିକି ଅନେକ ଅଞ୍ଚଳକୁ ଯୋଗାଯୋଗର ଏକ ମୁଖ୍ୟ ମାଧ୍ୟମ ପଲଟିବ ଏହି ରିଂଙ୍ଗ ରୋଡ଼। ୬ ଲେନ ବିଶିଷ୍ଟ ଏହି ରାସ୍ତା ହେବାକୁ ଯାଉଥିବା ବେଳେ ଉନ୍ନତ ଜ୍ଞାନକୌଶଳ ସହ ଏହା ନିର୍ମାଣ ହେବାକୁ ଯାଉଛି। ଅନୁଗୁଳରୁ ମହିଧରପୁର ଦେଇ ୬୫୫ ନମ୍ବର ଜାତୀୟ ରାଜପଥ, ୫୫ ନମ୍ବର ଜାତୀୟ ରାଜପଥ, ନରସିଂହପୁର ଦେଇ ଯାଇଥିବା ରାଜ୍ୟ ରାଜପଥ ୬୫ ଏବଂ ନୟାଗଡ଼ରୁ ବେଗୁନିଆକୁ ପଡିଥିବା ଜାତୀୟ ରାଜପଥ ୫୭ ଏହି ରିଙ୍ଗ ରୋଡ଼ ସହ ସଂଯୋଗ କରିବ। ଯାହା ଫଳରେ ଅନେକ ସମୟରେ ଅଣାୟତ ହେଉଥିବା ଟ୍ରାଫିକ ସମସ୍ୟାରୁ ମୁକ୍ତି ମିଳିବ।