ଅନ୍ୟାନ୍ୟ

ଜଡ଼ିବୁଟି ଦିବସରେ ବୃକ୍ଷରୋପଣ

By Biswaranjan Pattnaik

August 04, 2022

ଅନୁଗୁଳ:ଜାତୀୟ ଜଡ଼ିବୁଟି ଦିବସ ଅବସରରେ ସ୍ଥାନୀୟ ବିଏଡ଼ କଲେଜ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପତଞ୍ଜଳି ଯୋଗ ସମିତି ଓ ସ୍ୱାଭିମାନ ଟ୍ରଷ୍ଟ ପକ୍ଷରୁ ଗୁରୁବାର ସକାଳେ ବିଭିନ୍ନ ଔଷଧୀୟ ଗଛ କଲେଜ ପରିସରରେ ଲଗାଯାଇଥିଲା।ଟ୍ରଷ୍ଟ ର ମୁଖ୍ୟ ଅଭୟ ରାୟ ଏବଂ କଲେଜ ଅଧ୍ୟକ୍ଷା ଦ୍ରୌପଦୀ ପଟେଲ ଅତିଥି ରୂପେ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ।ଆମ ଜୀବନରେ ଔଷଧୀୟ ଗୁଳ୍ମର  ଆବଶ୍ୟକତା ଉପରେ ଅତିଥି ଦ୍ୱୟ ଆଲୋକପାତ କରିଥିଲେ।