କ୍ରୀଡ଼ା

ଜାତୀୟ କ୍ୟୁରୋଗି ଓ ପୁମ୍‌ସେ ଚାମ୍ପିଅନସିପ୍‌: ତାଳଚେରର ରାଜଶ୍ରୀ ନାୟକଙ୍କ କାଂସ୍ୟ ପଦକ ଜୟ

By Angul TV Bureau

December 01, 2025

ତାଳଚେର: ଉତ୍ତରପ୍ରଦେଶର ବରେଲିରେ ଅନୁଷ୍ଠିତ ୪୧ତମ ବରିଷ୍ଠ ଏବଂ ଅଷ୍ଟମ କ୍ୟାଡେଟ କ୍ୟୁରୋଗି ଓ ପୁମ୍‌ସେ ଚାମ୍ପିଅନସିପ୍‌ରେ ତାଳଚେରର ରାଜଶ୍ରୀ ନାୟକ ବ୍ରୋଞ୍ଜ ପଦକ ଜିତି ରାଜ୍ୟ ଏବଂ ଅନୁଗୁଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।

ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଦେଶର ୧୯ଟି ରାଜ୍ୟର ୮୫୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଓଡ଼ିଶାରୁ ୪୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଅନୁଗୁଳ ଜିଲ୍ଲା ତାଳଚେର ତାଇକୋଣ୍ଡୋ ଏକାଡେମୀର ଦୁଇଜଣ ପ୍ରତିଯୋଗୀ ମଧ୍ୟରୁ ରାଜଶ୍ରୀ ନାୟକ ଏହି ସଫଳତା ହାସଲ କରିଛନ୍ତି। ତାଙ୍କର ଏହି ପ୍ରଦର୍ଶନ ପାଇଁ ତାଳଚେର ତାଇକୋଣ୍ଡୋ ଏକାଡେମୀର ସମ୍ପାଦକ ସୁଶାନ୍ତ ପ୍ରଧାନ, ଅନୁଗୁଳ ତାଇକୋଣ୍ଡୋ ଆସୋସିଏସନ୍‌ର ସମ୍ପାଦକ ଓ ପ୍ରଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ଏବଂ ଓଡ଼ିଶା ତାଇକୋଣ୍ଡୋ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।