ମୁଖ୍ୟ ଖବର

ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଜମୁଛି ବେପାର

By Biswaranjan Pattnaik

January 13, 2024

ଅନୁଗୁଳ: ହାଇସ୍କୁଲ ପଡିଆରେ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଗତ ଗୁରୁବାର ସଂଧ୍ୟାରେ ଉଦଘାଟିତ ହୋଇଯାଇଛି।ଢେ଼ଙ୍କାନାଳ ସାଂସଦ ମହେଶ ସାହୁ ଏହାକୁ ଉଦଘାଟନ କରିଥିଲେ। ଓର୍‌ମାସ ସାହାଯ୍ୟରେ ଆୟୋଜିତ ଏହି ମେଳାରେ ୧୦୦ରୁ ଅଧିକ ଷ୍ଟଲ ଲାଗିଛି। ବିଶେଷ କରି ଓଡ଼ିଶାର ବିଭିନ୍ନ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ତିଆରି କରୁଥିବା ଜିନିଷ ଏଠାରେ ବିକ୍ରି ହେଉଛି।କଟକ, ସମ୍ବଲପୁର, ବରଗଡ଼, ଗଞ୍ଜାମ, ଗଜପତି,ନୟାଗଡ଼ ଆଦି ଜିଲ୍ଲାର ବହୁ ଷ୍ଟଲ ପଡ଼ିଛି।ଅନୁଗୁଳର ମହିଳା ଗୋଷ୍ଠୀଙ୍କ ପକ୍ଷରୁ ମଧ୍ୟ ଅନେକ ଷ୍ଟଲ ଲାଗିଛି। ଛେଳିଆପଡ଼ା ଆଚାର ଠାରୁ ହଣ୍ଡପା,କିଶୋର ନଗର ଅଞ୍ଚଳର ଶସ୍ୟ,ବଅଁରପାଳ,ଆଠମଲ୍ଲିକ ଅଞ୍ଚଳର ବହୁ ଗୋଷ୍ଠୀ ଟେରାକୋଟା, କଣ୍ଢେଇ,ଧୂପକାଠୀ ଆଦି ବିକ୍ରୟ କରୁଥିବା ଦେଖିବାକୁ ମିଳିଥିଲା।ଶାଢ଼ୀ,ଗରମ ପୋଷାକ ଓ ଖାଦ୍ୟ ଷ୍ଟଲ ମଧ୍ୟ ମହିଳା ଓ ପିଲା ମାନଙ୍କୁ ବିଶେଷ ଆକୃଷ୍ଟ କରିଥିଲା। ଏହାଛଡା ମେଳାରେ ଜିଲ୍ଲାର ବିଭିନ୍ନ ବିଭାଗର ମଧ୍ୟ ସଚେତନତା ଷ୍ଟଲ ମାନ ଖୋଲିଥିଲା। ମେଳା ଦେଖିବାକୁ ବହୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।