ଅନୁଗୁଳ: ଆସନ୍ତା ୨୩ ତାରିଖରୁ ଅନୁଗୁଳ ବିଜୁ ମଇଦାନରେ ଆରମ୍ଭ ହେବ ଜାତୀୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ। ଏ ନେଇ ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି।
୩ ଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୬ ଟି ଟିମ ଭାଗ ନେବେ। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ୨୫ ରେ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟରେ ସି ଆଇ ଏସ ଏଫ ଭଲିବଲ ଟିମ, କଲିକତାର ଇନକମ ଟାକ୍ସ ଟିମ୍, ଆନ୍ଧ୍ର ପ୍ରଦେଶର ସ୍ପୋର୍ଟିଙ୍ଗ କ୍ଲବ, ଜବଲପୁର ରେଲୱେ, ଇଷ୍ଟ କୋଷ୍ଟ ରେଲୱେ ଟିମ ଭାଗ ନେବେ।
ଚାମ୍ପିୟନ ଟିମକୁ ବିଜୟୀ କପ ସହିତ ୫୦ ହଜାର ଟଙ୍କା ଓ ରନର୍ସ ଅପ ଟିମକୁ ୩୦ ହଜାର ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ଭଲିବଲ କମିଟିର ସାଧାରଣ ସମ୍ପାଦକ ବସନ୍ତ ଦାସ, ଆଡ଼ଭାଇଜର ରବୀନ୍ଦ୍ର ଦାସ, ମିଡିଆ ପ୍ରଭାରୀ ତପନ ଦାସ, ରାକେଶ ପ୍ରଧାନ, ଦୀପତେସ ଦେହୁରୀ, ଚିନ୍ମୟ କୁମାର ଦାସ, ଅନୀଲ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।