କ୍ରୀଡ଼ା

ଜାତୀୟସ୍ତରୀୟ ମାଷ୍ଟର୍ସ ଗେମ୍ସରେ ବାଜି ମାରିଲେ ଅନୁଗୁଳର ପ୍ରକାଶ, ଏକାଥରେ ହାତେଇଲେ ୪ଟି ସ୍ଵର୍ଣ୍ଣ ପଦକ

By Angul TV Bureau

May 28, 2024

ଅନୁଗୁଳ: ପ୍ୟାନ ଇଣ୍ଡିଆ ମାଷ୍ଟର୍ସ ଗେମ୍ସ ଫେଡେରେସନ ତରଫରୁ ହାଇଦ୍ରାବାଦ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଜାତୀୟ ଫେଡେରେସନ କପରେ ଅନୁଗୁଳର ଖ୍ୟାତିସମ୍ପନ୍ନ କ୍ରୀଡାବିତ୍ ପ୍ରକାଶ ଗଡ଼ନାୟକ ରାଜ୍ୟ ତରଫରୁ ପ୍ରତିନିଧିତ୍ଵ କରିଛନ୍ତି। ଏଥିରେ ଦେଶର ବିଭିନ୍ନ ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୨୦୦୦ରୁ ଅଧିକ ଖେଳାଳି ଅଂଶ ଗ୍ରହଣ କରିଥିଲେ।

ଏଥିରେ ପ୍ରକାଶଙ୍କ ସହିତ ଓଡ଼ିଶାରୁ ଅନ୍ୟ ୫ ଜଣ ଖେଳାଳି ଅଂଶଗ୍ରହଣ କରି ମେଡାଲ ପ୍ରାପ୍ତ କରିଛନ୍ତି। ପ୍ରକାଶ ୪ଟି ବ୍ୟକ୍ତିଗତ ଇଭେଣ୍ଟରେ ଭାଗ ନେଇ ୪ଟି ଯାକ ସୂର୍ଣ୍ଣ ପଦକ ଏକାଥରେ ହାତେଇଛନ୍ତି। ଏହା ଅନୁଗୁଳ ଜିଲ୍ଲା ପାଇଁ ଏକ ବିରଳ ରେକର୍ଡ ବୋଲି ଜଣାଯାଇଛି।

ପ୍ରକାଶ ଯେ ଏହି ପ୍ରତିଯୋଗିତା ମେ ୨୨ରୁ ମେ ୨୪ ଯାଏଁ ଆୟୋଜିତ ହୋଇଥିଲା।