କ୍ରୀଡ଼ା

ସର୍ବଭାରତୀୟ ପାଳଲହଡ଼ା କପର ଦ୍ୱିତୀୟ ଦିନ, ସୋନପୁର ଏକାଦଶକୁ ୨-୧ ଗୋଲରେ ପରାସ୍ତ କଲା ବିଏଫଏକଲା

By Angul TV Bureau

October 12, 2022

ପାଳଲହଡ଼ା: ଆଜି ପାଳଲହଡ଼ା ଫୁଟବଲ ଆସୋସିଏସନ ପକ୍ଷରୁ ସର୍ବଭାରତୀୟ ପାଳଲହଡ଼ା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ଦିବସରେ ସୋନପୁର ଏକାଦଶ ଓ ବିଏଫଏକଲା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଛି। ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବିଏଫଏକଲା ଦଳ ସୋନପୁର ଏକାଦଶକୁ ୨-୧ ଗୋଲରେ ପରାସ୍ତ କରି ପୁଲ ଏ ର ଦ୍ୱିତୀୟ ଦଳ ଭାବରେ ସେମିଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛି।

ଗତ କାଲି କୁଚିଣ୍ଡା ଏକାଦଶ ପାଳଲହଡ଼ାକୁ ୨-୧ ରେ ପରାସ୍ତ କରି ପ୍ରଥମ ଦଳ ଭାବରେ ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଥିବା ବେଳେ ଆସନ୍ତାକାଲି କୁଚିଣ୍ଡା ଏକାଦଶ ଓ ବିଏଫଏକଲା ମଧ୍ୟରେ ପ୍ରଥମ ସେମିଫାଇନାଲ ଅନୁଷ୍ଠିତ ହେବ। ଆଜିର ଖେଳକୁ ଜାତୀୟ ରେଫରୀ ସୁବ୍ରତ ବେହେରା ପରିଚାଳନା କରିଥିବା ବେଳେ ଜାତୀୟ ରେଫରୀ ଦିଲ୍ଲୀପ କୁମାର ରାଉତ ଓ ସଲିଲ ବେହେରା, ଭୋଲେଶ୍ୱର ଗାଗରାଇ ସହଯୋଗ କରିଥିଲେ।

ଆଜିର ମ୍ୟାଚରେ ମୁଖ୍ୟ ଅତିଥିଭାବେ ଦେବଗଡ଼ ବିଜେଡି ଜିଲ୍ଲା ସଭାପତି ସିମାଞ୍ଚଳ ରଞ୍ଜନ ବିଶ୍ୱାଳ, ସମ୍ମାନନୀୟ ଅତିଥିଭାବେ ଅନୁଗୁଳ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ଉପସ୍ଥିତ ଥିଲେ।