ମୁଖ୍ୟ ଖବର

୧୬ରୁ ୨୩ ତାରିଖ ପର୍ଯ୍ୟନ୍ତ ଜାତୀୟ ପଲ୍ଲୀଶ୍ରୀ ମେଳା-୨୦୨୫

By Angul TV Bureau

September 09, 2025

ଅନୁଗୁଳ: ସ୍ଥାନୀୟ ନାଲକୋ ନଗରରେ ୧୬ରୁ ୨୩ ତାରିଖ ପର୍ଯ୍ୟନ୍ତ ୧୬ତମ ଜାତୀୟ ପଲ୍ଲୀଶ୍ରୀ ମେଳା-୨୦୨୫ ଜିଲ୍ଲା ପ୍ରଶାସନ ଓ ଓରମାସ ସହଯୋଗରେ ଆୟୋଜିତ ହେବ। ଏଥିରେ ୨୨୦ଟି ଷ୍ଟଲ ଓ ୧୪ଟି ଫୁଡ ଷ୍ଟଲ ଖୋଲାଯିବ। ଓଡ଼ିଶାର ୩୦ଟି ଜିଲ୍ଲା ସହ ମହାରାଷ୍ଟ୍ର, ଗୁଜୁରାଟ, ଜାମ୍ମୁ ଓ କାଶ୍ମୀର, କର୍ଣାଟକ, ପଞ୍ଜାବ ଆଦି ୧୨ଟି ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ କମ୍ପାନୀ ଓ ଚାଷୀ ଅନୁଷ୍ଠାନ ଅଂଶଗ୍ରହଣ କରିବେ।

ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ, ପାନୀୟ ଜଳ, ଅଗ୍ନିଶମ ଓ ଆଇନଶୃଙ୍ଖଳା ପାଇଁ ବ୍ୟବସ୍ଥା ରହିଛି। ଭିନ୍ନକ୍ଷମ ଓ ବୟସ୍କଙ୍କ ପାଇଁ ହ୍ୱିଲଚେୟାର ଓ ପରିଷ୍କାର-ପରିଚ୍ଛନ୍ନତା ପାଇଁ ପଦକ୍ଷେପ ନିଆଯାଇଛି। ମେଳା ପ୍ରତିଦିନ ସକାଳ ୧୦ରୁ ରାତି ୧୦ ପର୍ଯ୍ୟନ୍ତ ଖୋଲା ରହିବ। ଗତ ବର୍ଷ ୭.୨୯ କୋଟି ଟଙ୍କାର କାରବାର ହୋଇଥିବା ବେଳେ, ଚଳିତ ବର୍ଷ ମଧ୍ୟ ଉଚ୍ଚ କାରବାରର ଆଶା ରହିଛି।