ମୁଖ୍ୟ ଖବର

ଜାତୀୟ ପଞ୍ଚାୟତରାଜ ଦିବସ: ୧୨୪ ହିତାଧିକାରୀଙ୍କୁ ମିଳିଲା ଅନ୍ତ୍ୟୋଦୟ ଗୃହ

By Angul TV Bureau

April 24, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ପରିସରରେ ଜାତୀୟ ପଞ୍ଚାୟତରାଜ ଦିବସ ବେଶ୍ ଆଡମ୍ବର ସହକାରେ ପାଳିତ ହୋଇଛି। ବିଡିଓ ଶୁଭକାନ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବ୍ଲକର ୧୨୪ ଜଣ ହିତାଧିକାରୀଙ୍କୁ ‘ଅନ୍ତ୍ୟୋଦୟ ଗୃହ’ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା।

ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ କଣ୍ଟେଇକୁଳିଆ, ଅଙ୍ଗପଡା, ଲୁହାମଣ୍ଡା ଓ ଠେଲକନାଳୀ ପଞ୍ଚାୟତର ସରପଞ୍ଚ ଏବଂ ପିଇଓଙ୍କୁ ସମ୍ମର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଅନୁସୂଚିତ ଜନଜାତି ଉନ୍ନୟନ ଅଧ୍ୟକ୍ଷ ବଶିଷ୍ଠ ନାୟକ, ବ୍ଲକ ଉପାଧ୍ୟକ୍ଷ ଲବ ପ୍ରଧାନ ଓ ଏବିଡିଓ ଦିଲ୍ଲୀପ ପ୍ରଧାନଙ୍କ ସମେତ ବହୁ ସରକାରୀ ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ। ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣର ସିଧାପ୍ରସାରଣ ମଧ୍ୟ ଦେଖିଥିଲେ।