ଅନ୍ୟାନ୍ୟ

ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

By Angul TV Bureau

November 16, 2022

ଆଠମଲ୍ଲିକ: ଆଜି ନଭେମ୍ବର ୧୬କୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଉଛି। ଏ ଅବସରରେ ସନ୍ଧ୍ୟାରେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ କେନ୍ଦ୍ର ସମବାୟ ବ୍ୟାଙ୍କ କନଫରେନ୍ସ ହଲରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଏହି ଆଲୋଚନା ଚକ୍ରରେ ଦେଶ ଗଠନରେ ସାମ୍ବାଦିକଙ୍କ ଦାୟିତ୍ୱ ବିଷୟବସ୍ତୁକୁ ନେଇ ଆଲୋଚନା କରାଯାଇଥିଲା।

ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଦ୍ୱାରିକା ପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ପ୍ରଧାନ (ରାଜସ୍ବ )ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶାନ୍ତନୁ କୁମାର ସର, ସମ୍ମାନିତ ଅତିଥି ଭାବେ ସରକାରୀ ଓକିଲ ବରିଷ୍ଠ ଆଇନଜୀବୀ ପରମାନନ୍ଦ ମିଶ୍ର, ବରିଷ୍ଠ ସାମ୍ବାଦିକ ଗୋପୀନାଥ ନନ୍ଦ, ପୌରପାଳିକା ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ଉପସ୍ଥିତ ଥିଲେ। ଏ ଅବସରରେ ଆଠମଲ୍ଲିକ ସାମ୍ବାଦିକ ସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କୁ ଅତିରିକ୍ତ ଜିଲ୍ଲାପାଳ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

କାର୍ଯ୍ୟକ୍ରମରେ ତାଳଚେର, ବଅଁରପାଳ, ଆଠମଲିକ, ଅନୁଗୁଳ ଅଞ୍ଚଳର ସାମ୍ବାଦିକମାନେ ଉପସ୍ଥିତ ଥିଲେ।