ଅନ୍ୟାନ୍ୟ

‘ଗଣମାଧ୍ୟମ ହିଁ ସମାଜର ପ୍ରକୃତ ଶିକ୍ଷକ’, ପ୍ରେସ ଦିବସରେ ସାମ୍ବାଦିକଙ୍କ ଭୂମିକା ବିଷୟରେ ଆଲୋଚନା ଚକ୍ର

By Angul TV Bureau

November 17, 2022

ଅନୁଗୁଳ : ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ(ଓ) ସହବନ୍ଧିତ ଅନୁଗୁଳ ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ଜାତୀୟ ପ୍ରେସ ଦିବସ ସ୍ଥାନୀୟ କୋଅପରେଟିଭ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ବୁଧବାର ସନ୍ଧ୍ୟାରେ ପାଳିତ ହୋଇଛି। ସଂଘ ସଭାପତି ଦ୍ଵାରିକା ପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ ପ୍ରଧାନ, ସରକାରୀ ଓକିଲ ପରମାନନ୍ଦ ମିଶ୍ର, ପ୍ରାକ୍ତନ ପ୍ରାଧ୍ୟାପକ ଶାନ୍ତନୁ ସର, ନଗରପାଳ ଅକ୍ଷୟ ସାମନ୍ତ, ଭେଟେରାନ ସାମ୍ବାଦିକ ଗୋପୀ ନାଥ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ।

ଜାତୀୟ ପ୍ରେସ ଦିବସରେ ଚଳିତବର୍ଷର ବିଷୟବସ୍ତୁ ଥିବା ‘ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା’ ଉପରେ ଅତିଥିମାନେ ଆଲୋଚନା କରିଥିଲେ। ଯେଉଁ ରାଷ୍ଟ୍ରରେ ସାମ୍ବାଦିକଙ୍କୁ ଯେତେ ସ୍ୱାଧୀନତା ମିଳିଛି, ସେ ଦେଶର ଗଣତନ୍ତ୍ର ସେତିକି ମଜଭୁତ ବୋଲି ମତ ପ୍ରକାଶ ପାଇଥିଲା। ଗଣମାଧ୍ୟମ ସମାଜର ପ୍ରକୃତ ଶିକ୍ଷକ ବୋଲି ଅତିଥିମାନେ କହିଥିଲେ। ରାଷ୍ଟ୍ର ଗଠନରେ ଗଣମାଧ୍ୟମର ପ୍ରମୁଖ ଭୂମିକା ଥିବା ବେଳେ କିଛି ସ୍ଵାର୍ଥ ବାଦୀ ରାଜନୈତିକ କର୍ମୀ ଓ ପ୍ରଶାସନିକ ଅଧିକାରୀ ଗଣମାଧ୍ୟମର କଣ୍ଠରୋଧ କରୁଛନ୍ତି ବୋଲି ଅତିଥିମାନେ କହିବା ସହ ଉଦବେଗ ପ୍ରକାଶ କରିଥିଲେ। ଏ ଅବସରରେ ସାମ୍ବାଦିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୋପୀନାଥ ନନ୍ଦ, ପ୍ରତାପ ବିଶ୍ୱାଳ, ସୁଶାନ୍ତ ମହାପାତ୍ର, ମାନସ ମିଶ୍ର, ସୁବ୍ରତ ତ୍ରିପାଠୀ, ରାକେଶ ସାମଲ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଛି। ଶେଷରେ ସଂଘ ସଂପାଦକ ମନୋରଞ୍ଜନ ପାଣି ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରତାପ ବିଶ୍ୱାଳ, ଅଶୋକ ଜେନା, ସୁଧୀରେନ୍ଦ୍ର ପରିଜା, ସୁବାଷ ଚନ୍ଦ୍ର ସାହୁ, ବନମାଳୀ ନାଏକ, ଗୋପାଳ ଚନ୍ଦ୍ର ନାଥ, ଶ୍ରୀକାନ୍ତ ମିଶ୍ର, ବିନୋଦ ପଟ୍ଟନାୟକ, ପ୍ରଦୀପ୍ତ ପୁରୋହିତ, ବିଶ୍ବମ୍ବର ବେହେରା, ସୁଶାନ୍ତ ମହାପାତ୍ର, ସୁବ୍ରତ ତ୍ରିପାଠୀ, ସୁଜିତ ବେହେରା, ପ୍ରତାପ ସାମଲ, ମାନସ ମିଶ୍ର, ଦୀପ୍ତି ପ୍ରଧାନଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ।