ଅନ୍ୟାନ୍ୟ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

By Angul TV Bureau

March 01, 2025

ଅନୁଗୁଳ: ଭାରତୀୟ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟରମଣଙ୍କ ଉଦ୍ଦେଶ୍ୟରେ ଆଜି ଅନୁଗୁଳ ଗାନ୍ଧିମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଛି। ଅନୁଗୁଳର ବୈଜ୍ଞାନିକ ଜିତେନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀମାନେ କିଭଳି ବିଜ୍ଞାନ ମନସ୍କତା ହୋଇପାରିବେ ଓ ବିଜ୍ଞାନକୁ ଅପବ୍ୟବହାର ନ କରିବେ ସେଥିପ୍ରତି ଯତ୍ନବାନ ହେବା ସହିତ ଅସୁବିଧାର ସମାଧାନ ହିଁ ବିଜ୍ଞାନ ବୋଲି ବାର୍ତ୍ତା ଦେଇଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଆଲୋକ ଭୋଇ ଦିବସର ଉଦ୍ଦେଶ୍ୟ ସହିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ।

ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଜ୍ଞାନ ସମ୍ବନ୍ଧୀୟ ନାଟକ ଓ ନୃତ୍ୟ ପ୍ରଦର୍ଶନ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ସିଦ୍ଧନାଥ ସାହୁ, ସହ ପ୍ରଧାନ ଆଚାର୍ଯ୍ୟ ସୁରେଶ କୁମାର ସାହୁ, ପରିଚାଳନା ସମିତିର ସଦସ୍ୟା ବୁଲୁ ବେହେରା ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ। ବିଦ୍ୟାଳୟର ବିଜ୍ଞାନ ପ୍ରମୁଖ ସଂଗ୍ରାମ କେଶରୀ ଗଡ଼ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।