ଅନ୍ୟାନ୍ୟ

ଏନ୍ଏସ୍ଏସ୍ ପକ୍ଷରୁ ଜାତୀୟ ସେବା ଯୋଜନା ଦିବସ ପାଳିତ

By Angul TV Bureau

September 24, 2022

ଆଠମଲ୍ଲିକ / ଅନୁଗୁଳ: ସ୍ଥାନୀୟ ଆଠମଲ୍ଲିକ ମହାବିଦ୍ୟାଳୟରେ ଶନିବାର ଏନ୍ଏସ୍ଏସ୍ ବିଭାଗ ତରଫରୁ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଆଦିତ୍ୟ କୁମାର ସାହୁ କାର୍ଯ୍ୟକ୍ରମରେ ସଭାପତିତ୍ଵ କରି ଜାତୀୟ ସେବା ଯୋଜନା ଦିବସ ଉପରେ ବିବରଣୀ ପ୍ରଦାନ କରିବା ସହ ଏନ୍ଏସ୍ଏସ୍ ଗଠନ ଓ ଭୂମିକା ଉପରେ ଆଲୋକପାତ କରିଥିଲେ।

ଅନ୍ୟ ଅତିଥିମାନେ ଛାତ୍ରଛାତ୍ରୀ କିପରି ସେମାନଙ୍କ ସାମାଜିକ ଜୀବନକୁ ଆହୁରି ମୂଲ୍ୟଯୁକ୍ତ କରିବେ ତଥା ବ୍ୟକ୍ତିତ୍ୱର ବିକାଶ କରିପାରିବେ ସେ ଉପରେ ମତ ରଖିଥିଲେ।

କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପୂର୍ବତନ ଏନ୍ଏସ୍ଏସ୍ ଅଧିକାରୀ ଅଧ୍ୟାପକ ଗୋପବନ୍ଧୁ ପ୍ରଧାନ, ଅଧ୍ୟାପକ ଲକ୍ଷ୍ମୀକାନ୍ତ ମେହେର, ଅଧ୍ୟାପକ ଗଗନ କୁମାର ମିଶ୍ର ଏବଂ ଅଧ୍ୟାପିକା ଅର୍ପିତା ଅଞ୍ଜଳି ଗୁରିଆ ଯୋଗ ଦେଇଥିଲେ। ଶେଷରେ ଏନ୍ଏସ୍ଏସ୍ ପରିଚାଳକ ମନ୍ମଥ ପାଲ ଧନ୍ଯବାଦ ଅର୍ପଣ କରିଥିଲେ।