ଅନ୍ୟାନ୍ୟ

ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ

By Biswaranjan Pattnaik

January 12, 2025

ଅନୁଗୁଳ: ଆଜି ସ୍ଥାନୀୟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦଙ୍କ ପବିତ୍ର ଜନ୍ମ ତିଥି ଅବସରରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରିୟରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ପ୍ରଫେସର ନାଗ୍ରୀ ମୋହନ ପଣ୍ଡା ଯୋଗ ଦେଇ ବିବେକାନନ୍ଦଙ୍କ ଆମର ବାଣୀ ଉଧୃତି କରି ତାଙ୍କ ଜୀବନଆଦର୍ଶ ଯୁବ ପିଢ଼ିଙ୍କୁ ଯୁଗେ ଯୁଗେ ଅନୁପ୍ରାଣିତ କରିବ ବୋଲି କହିଥିଲେ।ବିବେକାନନ୍ଦଙ୍କ ଦେଶ ଭକ୍ତି, ସନାତନ ଧର୍ମ ପ୍ରତି ତାଙ୍କ ଉଚ୍ଚ ବିଚାରବୋଧ ଯୋଗୁଁ ସେ ଆଜି ଜନ ମାନସରେ ବଞ୍ଚି ରହିଛନ୍ତି ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ। ଉତ୍କଳ କଳା ସଂସ୍କୃତି ପ୍ରତିଷ୍ଠାନର ରାଜ୍ୟ ସମ୍ପାଦକ ରବିନ୍ଦ୍ରନାଥ ସାହୁ ମୁଖ୍ୟ ବକ୍ତା ଭବେ ଯୋଗ ଦେଇ ସ୍ୱାମୀ ବିବେକାନନ୍ଦଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ଶେଷରେ ଛ ଜଣ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।