ଅନ୍ୟାନ୍ୟ

ଡାକ ବିଭାଗ ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ, ପୋଷ୍ଟାଲ କାର୍ଯ୍ୟ ବାଧାପ୍ରାପ୍ତ

By Biswaranjan Pattnaik

August 10, 2022

ଅନୁଗୁଳ : ବିଭିନ୍ନ ଦାବି ନେଇ ମିଳିତ ଡାକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଦେଶ ବ୍ୟାପୀ ଧର୍ମଘଟ ଆୟୋଜିତ ହୋଇଛି। ଏ ଅବସରରେ ଡାକଘର ସଞ୍ଚୟ ବିଭାଗ ଏବଂ ଆଇପିପିବିର ମିଶ୍ରଣକୁ ବାତିଲ, ଗ୍ରାମୀଣ ଡାକ ସେବକଙ୍କୁ ନିୟମିତ କରିବା, ନୂତନ ଜାଗାରେ ପୁରାତନ ପେନସନ ନିୟମ ଲାଗୁ କରିବାକୁ ଦାବି କରାଯାଇଥିଲା।

ଅନୁଗୁଳ ପୋଷ୍ଟ ମାଷ୍ଟର ଅମୀୟ କର, ମାର୍କଣ୍ଡେଶ୍ୱର ଦାଶ, ସନ୍ତୋଷ ପ୍ରଧାନ, ସନ୍ତୋଷ ପ୍ରଧାନ ପ୍ରମୁଖ ଧର୍ମଘଟର ନେତୃତ୍ୱ ନେଇଥିଲେ। ଆଜିର ଧର୍ମଘଟ ଯୋଗୁ ପତାକା ବିକ୍ରି, ରାକ୍ଷୀ ପହଂଚିବା ଓ ଅନ୍ୟାନ୍ୟ ଡାକ ଘର କାମ ବାଧା ପ୍ରାପ୍ତ ହୋଇଥିବା ଜଣାଯାଇଛି।