ଅନ୍ୟାନ୍ୟ

ଶରତ ମାଝୀଙ୍କ ବିୟୋଗରେ ନାଟ୍ୟମ୍‌ର ଶ୍ରଦ୍ଧାଞ୍ଜଳି

By Biswaranjan Pattnaik

July 30, 2024

 

ଅନୁଗୁଳ: କଳାକାରର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ଅଭିନେତା,ନାଟ୍ୟ ନିର୍ଦ୍ଦେଶକ ଏବଂ ସଂଗଠକ ଶରତ ମାଝୀଙ୍କ ପରଲୋକରେ ଆଜି ଅପରାହ୍ନରେ ବାସନ୍ତୀ ଦୁର୍ଗା ପୂଜା ମଣ୍ଡପରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ନାଟ୍ୟମ୍‌ ସଭାପତି ସୁଧାଂଶୁ ମୋହନ ଦ୍ବିବେଦୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଶିକ୍ଷାବିତ୍‌ ଅକ୍ଷୟ କୁମାର ପଣ୍ଡା,ଦୀପକ ଘୋଷ, ନିଝାର ଅଲ୍ଲୀ ଦାମାନି,ପ୍ରତାପ ମାଝୀ,ବଟକୃଷ୍ଣ ତ୍ରିପାଠୀ,ରବୀନ୍ଦ୍ରନାଥ ସାହୁ,ହୃଦାନନ୍ଦ ପଣ୍ଡା,ସୁଧାଂଶୁ କୁମାର ଜେନା ଓ ଅନ୍ୟମାନେ ଯୋଗ ଦେଇ ସ୍ବର୍ଗତ ମାଝୀଙ୍କ ବହୁମୁଖି ପ୍ରତିଭା ଉପରେ ଆଲୋଚନା କରିବା ସହ ତାଙ୍କ ସ୍ମୃତିରେ ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।