ମୁଖ୍ୟ ଖବର

ଧୁମଧାମରେ ପାଳିତ ହେଲା ନବୀନ ଜିନ୍ଦଲଙ୍କ ଜନ୍ମ ଦିବସ, ଫିଟନେସର ଶପଥ ନେଲେ କର୍ମଚାରୀ

By Angul TV Bureau

March 09, 2023

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର କର୍ମଚାରୀମାନେ ଫିଟନେସର ଶପଥ ନେବା ସହ ଜେଏସପି ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଜନ୍ମ ଦିବସ ପାଳନ କରିଛନ୍ତି। ଏ ଅବସରରେ କର୍ମଚାରୀ ଏବଂ ସ୍ଥାନୀୟ ଗୋଷ୍ଠୀ ସମୁଦାୟ ନିମନ୍ତେ ଫିଟନେସର ଗୁରୁତ୍ବ ସଂପର୍କିତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏ ଅବସରରେ ଯୋଗଗୁରୁ ସ୍ବାମୀ ସତ୍ୟବିନ୍ଦୁ ସରସ୍ଵତୀଙ୍କ ତତ୍ତ୍ଵାବାଧାନ ଏକ ମେଗା ଯୋଗ ଅଧିବେଶନ ଜିନ୍ଦଲ ନଗର ପରିସରରେ ଆୟୋଜିତ ହୋଇଥିଲା। ଜେଏସପିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିନେଶ କୁମାର ସରୋଗୀ, ନିର୍ବାହୀ ନିର୍ଦ୍ଦେଶକ ହୃଦୟେଶ୍ୱର ଝା, ଦାମୋଦର ମିତ୍ତଲ, ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟ ତଥା କର୍ମଚାରୀ ପରିବାର ସହ ଯୋଗଦାନ କରିବା ସହ ନବୀନ ଜିନ୍ଦଲଙ୍କ ଦ୍ବାରା ପ୍ରଦତ୍ତ ସ୍ବାସ୍ଥ୍ୟ ଏବଂ ଫିଟନେସର ମାର୍ଗକୁ ଆପଣାଇବା ନିମନ୍ତେ ଶପଥ ନେଇଥିଲେ।

ସ୍ଥାନୀୟ ମରାତିରା ଗାଁରେ ଏକ ମୁକ୍ତାକାଶ ବ୍ୟାୟାମଶାଳାକୁ ସ୍ବାମୀ ସତ୍ୟବିନ୍ଦୁ ସରସ୍ବତୀ ଓ ଜେଏସପି ଭିସି ଏସ. କେ. ଶର୍ମା ମିଳିତଭାବେ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଅନୁଗୁଳ ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ, ସାମାଜିକ ଦାୟିତ୍ବବୋଧ ଟିମ ସହ ଯୋଗ ଦେଇ ଜିଲ୍ଲା ହସପିଟାଲ ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରିଥିଲେ। ସେହିପରି ଆଦୃତା ଶିଶୁ ଗୃହରେ ଏକ କେକ କଟାଯିବା ସହ ହୋମିଓପାଥିକ ଚିକିତ୍ସା ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମରେ ସୁଜାତା ସରୋଗୀ, ଅନିତା ମିତ୍ତଲ, ଯୋଶେଫ ପେରିସ, ରବି ଶଙ୍କର, ପୁଷ୍ପଲତା ଶତପଥୀ ଓ ଜେଏସପିର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।