ମୁଖ୍ୟ ଖବର

ନବମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ

By Angul TV Bureau

April 19, 2025

ଭୁବନେଶ୍ୱର: ନବୀନ ପଟ୍ଟନାୟକ ନବମ ଥର ପାଇଁ ନିର୍ଵିଦ୍ୱନ୍ଦରେ ବିଜେଡିର ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଆଜି ଶଙ୍ଖ ଭବନରେ ଘୋଷଣା କରିଛନ୍ତି ।ସଭାପତି ଭାବେ ଦାୟିତ୍ଵ ଗ୍ରହଣ ପରେ ନବୀନ ପଟ୍ଟନାୟକ ଅଭିଭାଷଣ ଦେଇ କହିଛନ୍ତି ଯେ, ଓଡ଼ିଶା ବାସୀଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ୨୦୦୦ ରୁ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶା ମା’ ର ସେବାର ସୁଯୋଗ ପାଇଥିଲା। ଏହି ସମୟ ଥିଲା ଓଡ଼ିଶା ବିକାଶର ସୁବର୍ଣ୍ଣ ଯୁଗ । ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହୋଇଥିଲା।ବିଜୁ ଜନତା ଦଳର ସଂଗଠନ, ନୀତି ଓ ଆଦର୍ଶ ହେଉଛି ଆମର ଶକ୍ତି। ସରକାରରେ ରହେ ବା ନ ରହେ, ବିଜୁ ଜନତା ଦଳ ସବୁବେଳେ ଓଡିଶାବାସୀଙ୍କ ସେବା କରି ଚାଲିଛି ଏବଂ କରି ଚାଲିବ। ଓଡିଶା ବାସୀଙ୍କ ସଶକ୍ତୀ କରଣ ଆମର ଲଖ୍ୟ । ମହିଳା, ଚାଷୀ, ଯୁବ ସମାଜ, ଶ୍ରମିକ ଓ ଜନଜାତି ସମସ୍ତଙ୍କ ସଶକ୍ତୀ କରଣ ଆମର ଲଖ୍ୟ । ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ସାଥୀରେ ବିଜେଡି ସବୁବେଳେ ଯୋଡି ହୋଇ ରହିଛି ଓ ରହିବ । ଓଡିଶାର ହକ୍‌ ପାଇଁ ଆମର ଲଢେଇ ଜାରି ରହିବ। ଓଡ଼ିଆ ସ୍ୱାଭିମାନ ଓ ଓଡ଼ିଶାଙ୍କ ସ୍ୱାର୍ଥ ଆମ ପାଇଁ ସବୁଠାରୁ ଉପରେ। ବିଜୁ ଜନତା ଦଳ ସବୁବେଳେ ତାର ଆଦର୍ଶରେ ଦୃଢ଼ ରହିଛି ଓ ରହିବ ବୋଲି ନବୀନ କହିଛନ୍ତି ।