କଳା ଓ ସଂସ୍କୃତି

ମା’ ହିଙ୍ଗୁଳା ପୀଠରେ ନବରାତ୍ର ପୂଜା ଆରମ୍ଭ

By Angul TV Bureau

October 08, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଶାରଦୀୟ ନବରାତ୍ର ପୂଜା କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହୋଇଯାଇଛି। ଦଶ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ପୂଜାରେ ପ୍ରଥମ ଦିବସରେ ଶୈଳପୂତ୍ରୀ ପୂଜନ, ଦ୍ବିତୀୟ ଦିବସରେ ବ୍ରହ୍ମଚାରିଣୀ ପୂଜନ, ତୃତୀୟ ଦିବସରେ ଚନ୍ଦ୍ରଘଣ୍ଟା ପୂଜନ, ଚତୁର୍ଥ ଦିବସରେ କୃଷ୍ଣମାଣ୍ଡିତି ପୂଜନ, ପଞ୍ଚମ ଦିବସରେ ସ୍କନ୍ଧମାତା ପୂଜନ, ଷଷ୍ଠ ଦିବସରେ କାର୍ତ୍ତାୟନୀ ପୂଜନ, ସପ୍ତମ ଦିବସରେ କାଳରାତ୍ରି ପୂଜନ, ଅଷ୍ଟମ ଦିବସରେ ମହାଗୌରୀ ପୂଜନ, ନବମ ଦିବସରେ ସିଦ୍ଧିଦାତ୍ରୀ ପୂଜନ, ଦଶମ ଦିବସରେ ଅପରାଜିତା ପୂଜନ, ଆରତୀ ଓ ପୂର୍ଣ୍ଣାହୂତି ଆଦି ଅନୁଷ୍ଠାନ ପାରମ୍ପରିକ ବିଧିବିଧାନ ଅନୁଯାୟୀ ପାଳନ କରାଯିବ ବୋଲି ଜଣାପଡିଛି। ଏହି ଅବସରରେ ମା’ଙ୍କ ପୀଠ ପରିସରରେ ପ୍ରତ୍ୟହ ହୋମ, ଯଜ୍ଞ ଆଦି ଅନୁଷ୍ଠାନ ପାରମ୍ପରିକ ବିଧିବିଧାନ ଅନୁଯାୟୀ ଅନୁଷ୍ଠିତ ହେଉଛି। ସ୍ବାମୀ ଧୀରେନ୍ ଚୈତନ୍ୟ ମହାରାଜଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ଯଜ୍ଞରେ ପୁସ୍ତକାଚାର୍ଯ୍ୟ ସନ୍ତୋଷ କୁମାର ମିଶ୍ର, ସୁରେଶ ଚନ୍ଦ୍ର ଧର ବିମଳେନ୍ଦୁ କର, ଶିବାନନ୍ଦ ଧର, ଦୁଷ୍ମନ୍ତ ନାଥ ପ୍ରମୁଖ ଯଜ୍ଞକାର୍ଯ୍ୟ ସଂପାଦନ କରୁଛନ୍ତି । କର୍ତା ଭାବରେ ବିରଞ୍ଚି ସାହୁ, ଦାମୋଦର ଦୋରା ଦାୟିତ୍ୱ ନିର୍ବାହ କରୁଛନ୍ତି। ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ପ୍ରତ୍ୟକ୍ଷ ସହାୟତାରେ ମା’ଙ୍କ ପୀଠରେ ନବରାତ୍ର ପୂଜା ୩୨ ବର୍ଷ ଧରି ନିରବିଚ୍ଛନ୍ନ ଭାବରେ ଅନୁଷ୍ଠିତ ହେଉଅଛି ।