ଅନ୍ୟାନ୍ୟ

ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଏନ୍‌ସିସି ଦିବସ

By Biswaranjan Pattnaik

November 24, 2025

ଅନୁଗୁଳ: ନଭେମ୍ବର ୨୩ ତାରିଖରେ ଅନୁଗୁଳ ମହାବିଦ୍ୟାଳୟ ପକ୍ଷରୁ ଏନ୍‌ସିସି ଦିବସ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମଟି ଅଧ୍ୟକ୍ଷ ଡ଼ଃ. ନୀଳାଞ୍ଚଳ ପଟେଲ, ଭୌତିକ ବିଜ୍ଞାନ ବିଭାଗ ମୁଖ୍ୟ ଡ଼ଃ. ବସନ୍ତ କୁମାର ସାହୁ ଓ ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ଶ୍ରୀ ସୁଶାନ୍ତ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା। ଏଥିରେ ପୁରାତନ କ୍ୟାଡେଟମାନେ ଏବଂ ବର୍ତ୍ତମାନର ସକ୍ରିୟ କ୍ୟାଡେଟମାନେ ଯୋଗଦାନ କରିଥିଲେ। ପତାକା ଉତ୍ତୋଳନ ପରେ ଅଧ୍ୟକ୍ଷ ଓ ସି.ଟି.ଓଙ୍କ ଉଦବୋଧନ ଏବଂ ଏସ୍‌.ୟୁ‌.ଓ. କ୍ୟାଡେଟ ଚିନ୍ମୟ କୁମାର ସିଂହଙ୍କ ଦ୍ୱାରା ଦିବସର ଗୁରୁତ୍ୱ  ଏବଂ କାର୍ଯ୍ୟକ୍ରମ ବିଷୟରେ ସଂକ୍ଷିପ୍ତ ବିବରଣୀ ପ୍ରସ୍ତୁତ କରାଯାଇଥିଲା।

ଏହାପୂର୍ବରୁ, ୨୧ ନଭେମ୍ବର ୨୦୨୫ ରେ ବିଭିନ୍ନ ଏନ୍‍‌ସସି‍. କାର୍ଯ୍ୟକଳାପ ସଫଳତାର ସହିତ ଆୟୋଜିତ ହୋଇଥିଲା। ଏନ୍‌ସିସି ଶାଖା ପକ୍ଷରୁ ବୃକ୍ଷ ରୋପଣ,ସ୍ୱଚ୍ଛତା ଅଭିଯାନ ତଥା ନିବନ୍ଧ ଓ ବିତର୍କ ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା।