ଘଟଣା ଓ ଦୁର୍ଘଟଣା

ମାମୁ ଘରେ ପଶି ମା’ ଓ ମାମୁଙ୍କୁ ପନିକିରେ ମରଣାତ୍ମକ ଆକ୍ରମଣ, ଭଣଜା ଗିରଫ

By Angul TV Bureau

July 22, 2022

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ନୂଆହତା ଗାଁରେ ଭଣଜା ଆକ୍ରମଣରେ ମାମୁ ଓ ମା’ ଗୁରୁତର ହୋଇଛନ୍ତି। ବଅଁରପାଳ ଥାନା ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପିଙ୍ଗୁଆ ଗାଁର ସଞ୍ଜୟ ସାମଲ ନୂଆହତା ସ୍ଥିତ ମାମୁ ଘରକୁ ଆସି ମାମୁ ଅଶୋକ ଦଳବେହେରାଙ୍କ ସହ ଝଗଡ଼ା କରିଥିଲେ। ସେ ମାମୁଙ୍କୁ ଆକ୍ରମଣ କରିବା ସମୟରେ ତାଙ୍କ ମା ଆସି ଅଟକାଇଥିଲେ। ଏହି ସମୟରେ ସଞ୍ଜୟ ପାଖରେ ପଡିଥିବା ଏକ ପନିକିରେ ମାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।

ଏନେଇ ମା ଓ ମାମୁ ଆସି ଥାନାରେ ଅଭିଯୋଗ କରିବା ପରେ ବଅଁରପାଳ ପୋଲିସ ପହଞ୍ଚି ସଞ୍ଜୟକୁ ଗିରଫ କରି କୋର୍ଟଚାଲଣ କରିଛି। ତେବେ ଏହା ପ୍ରଥମ ନୁହେଁ, ପୂର୍ବରୁ ବି ସଞ୍ଜୟ ଏଭଳି ଗାଳିଗୁଲଜ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।