ଅନ୍ୟାନ୍ୟ

ନେପୁ ୟୁନିୟନର ବିଦାୟକାଳୀନ ସଭା ଓ ନୂତନ କର୍ମକର୍ତ୍ତା ଚୟନ, ସାଧାରଣ ସମ୍ପାଦକ ହେଲେ ପ୍ରଫୁଲ୍ଲ ଚନ୍ଦ୍ର ସାହୁ

By Angul TV Bureau

June 23, 2024

ଅନୁଗୁଳ: ନେପୁ ୟୁନିୟନର ସଭାପତି ତଥା ତାଳଚେରର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ସଭାପତିତ୍ବରେ ନେପୁ ୟୁନିୟନର କାର୍ଯ୍ୟାଳୟରେ ବିଦାୟ କାଳୀନ ସଭା ଓ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି।

ଏ ଅବସରରେ ନାଲକୋ ସ୍ମେଲଟର କାରଖାନାର ଅଗ୍ରଣୀ ଶ୍ରମିକ ସଂଗଠନ ନେପୁ ୟୁନିୟନର କାର୍ଯ୍ୟକାରୀ ସଭାପତି ଥିବା ସର୍ବସିଦ୍ଧି ବାଗ୍, ସଧାରଣ ସମ୍ପାଦକ ବୈରାଗୀ ସେଠ୍ ଓ ଉପ ସଭାପତି ରାହାସ ବିହାରୀ ସାହୁଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିସହ ୟୁନିୟନରେ ନୂତନ ସାଧାରଣ ସମ୍ପାଦକ ଭାବେ ପ୍ରଫୁଲ୍ଲ ଚନ୍ଦ୍ର ସାହୁଙ୍କୁ ଚୟନ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ଜିତେନ୍ଦ୍ର କୁମାର ଜେନା, ଉପ ସଭାପତି ଭାବେ ଭୀମଦେବ ସେଠ୍ ଓ ପ୍ରଦୀପ କୁମାର୍ ବେହେରା, ଯୁଗ୍ମ ସମ୍ପାଦକ ଭାବେ ଭବେଶ ସେଠ୍ ଓ ନୀଳମାଧବ ବେହେରା, ସହକାରୀ ସଂପାଦକ ଭାବେ ତ୍ରିନାଥ ସାହୁଙ୍କୁ ଚୟନ କରାଯାଇଛି।

ଏହି ସଂଘର କର୍ମକର୍ତ୍ତା ଆଗାମୀ ଦିନରେ ଶ୍ରମିକଙ୍କର ମୁଖ୍ୟ ଦାବି ଗୁଡ଼ିକୁ ନାଲକୋ ପ୍ରଶାସନ ସାମ୍ନାରେ ଉପସ୍ଥାପନ କରି ପୂରଣ କରିବାକୁ ଚେଷ୍ଟା କରିବେ ବୋଲି ସଭାପତି କହିଛନ୍ତି। ଶେଷରେ ବସନ୍ତ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।